*ବିସ୍ମୃତ ଓ ଅବହେଳିତ ଖାଦ୍ୟ ଚାଷ ର ପୁନଃରୁଦ୍ଧାର ପାଇଁ ସଚେତନତା ସଭା*
ନୂଆପଡା(ମିଖାଏଲ ନନ୍ଦ) ତା:୦୧.୦୮.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ଗ୍ରାମ ପଂଚାୟତ ସଭା ଗୃହ ରେ କୃଷି ବିଭାଗ ଏବଂ ସ୍ଥାନୀୟ ସ୍ବେଛାସେବୀ ସଂଘଠନ ସି ପି ଏସ ଡବ୍ଲୁ, କେନ୍ଦୁଭଟା ଦ୍ୱାରା ବିସ୍ମୃତ ଓ ଅବହେଳିତ ଖାଦ୍ୟ ର ପୁନଃରୁଦ୍ଧାର ପାଇଁ ଚାଷୀ ମାନଙ୍କୁ ନେଇ ସଚେତନତା ସଭା ଆୟୋଜିତ ହୋଇଥିଲା। ସଭା ରେ ଜିଲ୍ଲା ପରିଷଦ ୧ ନମ୍ୱର୍ ଜୋନ ସଭ୍ୟ ଶ୍ରୀ ମୁରଲୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ର ବୈଜ୍ଞାନିକ, ବ୍ଲକ କୃଷି ଅଧିକାରୀ, ଉପ ବ୍ଲକ କୃଷି ଅଧିକାରୀ, ଝଗ୍ରାହୀ ସରପଞ୍ଚ ଅତିଥିତି ଭାବରେ ଉପସ୍ଥିତ ରହି ଥିଲେ। ସଭା କୁ ସ୍ଵେଛାସେବୀ ସଂଘଠନ ର ସମ୍ପାଦକ ପରିଚାଳନା କରିଥିଲେ। ପୂର୍ବ ପୁରୁଷ ମାନେ କରୁଥିବା ବିଭିନ୍ନ ଚାଷ କୁ ବର୍ତମାନ ଚାଷ କରିବା ସହିତ ନୂଆ ପଦ୍ଧତି ରେ ଚାଷ କରିବା, ବିହନ ସଂରକ୍ଷଣ କରିବା, ଚାଷ ପ୍ରଣାଳୀ ବିଷୟ ରେ ଆଲୋଚନ ହୋଇଥିଲା ଏବଂ ପରିବେଶ ସହିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର କୁ କଣ ପୋଷକ ତତ୍ତ୍ୱ ମିଳେ ବୁଝାଇ ଥିଲେ।
