*ଶିବାଜୀ ଯୁବ ଜନସଂଘ ର ବୃକ୍ଷ ରୋପଣ*
ଚିକିଟି,(ଶ୍ରୀବତ୍ସ ସାହୁ) ସୁନାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମୁଦ୍ର ଉପକୂଳ ଗ୍ରାମ ପାତିସୁନାପୁର ଶିବାଜୀ ଯୁବ ଜନସଂଘ ର ଉତ୍ସାହୀ ଯୁବକ ମାନଙ୍କର ପରିବେଶ ସୁରକ୍ଷାପାଇଁ ବେଳାଭୂମି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ଆମର ଜୀବନ ଧନ ଆହ୍ବାନ ର ସଫଳ ରୂପାୟନ, ମୋ ଗାଁ ସମ୍ମାନ । ଏହାକୁ ପାଥେୟ କରି ଅନୁଷ୍ଠାନ ର ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ । ଏହି ଯୁବକମାନେ ବର୍ଷାଋତୁ ର ପ୍ରାରମ୍ଭରୁ ନିଜସ୍ୱ ଗାଁ ମାଟିରୁ ଆରମ୍ଭ କରିଛନ୍ତି ବୃକ୍ଷରୋପଣ। ଏହି ଜନମଙ୍ଗଳ କାର୍ଯ୍ୟକ୍ରମକୁ ଗ୍ରାମର ch. ପୁରୁଷୋତ୍ତମ ,B. ମୁକୁନ୍ଦ,G.ନାରାୟାଣା,W.କିଷ୍ଣାରାଓ, W ଶିବାନନ୍ଦ,
B.କେଶବରାଓ ପ୍ରାୟୋଜିତ କରିଥିଲେ। ଏହି ଅନୁଷ୍ଠାନର ସମସ୍ତ ସାମାଜିକ କର୍ମୀଙ୍କୁ ସମସ୍ତେ ଭୂୟସୀ ପ୍ରଶଂସା ସହିତ ସାଧୁବାଦ ଜଣାଇଛନ୍ତି।
