ଶିଶୁ ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନନ ତରଫରୁ ସଚେତନତା କାର୍ଯ୍ୟକ୍ରମ।
ଗଜପତି (ଟିକି ଲିମା)
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ତରଫରୁ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ ଶିଶୁ ଚାଲାଣ ବିରୁଦ୍ଧର ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ ର ପ୍ରଚାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସନ୍ୟାସୀ ବେହେରା ଏଙ୍ଗାରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି କୁମାରୀ କାର୍ଜୀ ଓ ନାଏବ ସରପଞ୍ଚ ଶ୍ରୀ ମୁନ। କୁମାର ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ, ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ମହିମା ମାଳି ଓ ଲକ୍ଷ୍ମୀପୁର ଏସଏସଡି ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ. ଫିରୋଜ ଖାନ୍ ଛିଞ୍ଚଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ
ଆଜିକାର ସଭାରେ ରାୟଗଡ଼ ବ୍ଲକ୍ ର ତିନୋଟି ପଞ୍ଚାୟତ ଯଥା ଲକ୍ଷ୍ମୀପୁର, ଏଙ୍ଗାରସିଂ ଓ କଇଁପୁର ରୁ 200 ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ।, ଅଙ୍ଗନବାଡ଼ି କର୍ମୀ, ଏମ ବି କେ କର୍ମୀ, ଗ୍ରାମର ୱ।ଡର୍ମେମ୍ୱର ଓ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ ।
ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ଉପସ୍ଥିତ ଅଂଶ ଗ୍ରହଣ କ।ରିଙ୍କୁ ବୁଝାଇ ଥିଲେ କି ଶିଶୁ ଚାଲାଣ ଏକ ଅପରାଧ ଅଟେ ଏବଂ ଏହାକୁ ସମସ୍ତେ ରୋକିବା ଦିଗରେ କାର୍ଯ୍ୟକରିବା ଓ କୌଣସି ଶିଶୁ ବିପଦସଙ୍କୁଳ ଅବସ୍ଥାରେ ଥିଲେ ତୁରନ୍ତ ୧୦୯୮ ଶିଶୁ ସହାୟତା ନମ୍ୱର ରେ ଫୋନ କରିବାକୁ ଅନୁରୋଧ କରିଥିଲେ ଓ ପରେ ସରକାରଙ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥଲେ। ଶିଶୁ ଚାଲାଣ ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ଶିକ୍ଷକ ମାନଙ୍କ କି ପ୍ରକାର ଦାୟିତ୍ବ ଓ ଭୂମିକା ରହେ ସେ ସମ୍ବନ୍ଧରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ । ବିଗତ ଦିନରେ ଘଟିଥିବା ଶିଶୁ ଚାଲାଣ ଉପରେ, ଶିଶୁ ମାନେ କିପରି ବାହାର ରାଜ୍ୟରେ ନିର୍ଯାତିତ ହୋଇଥିଲେ ସେ ସଂକ୍ରାନ୍ତରେ ଶିଶୁ ସୁରକ୍ଷା ଅଧିକାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ସେହି ପରି କାର୍ଯ୍ୟକ୍ରମର ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ଶିଶୁ ସୁରକ୍ଷା ଉପରେ ସମ୍ୟକ ଧାରଣା ପ୍ରଦାନ କରିବା ସହ ଏ ଅଞ୍ଚଳ ର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସୁରକ୍ଷା ଓ ଥଇଥାନ ଦିଗରେ କାମ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ ।
