*ଅବ୍ୟବସ୍ଥାରେ ସିନାପାଲି ସମନ୍ବିତ ଶିଶୁ ବିକାଶ ବିଭାଗ ୧୦ମାସ ହେଲା ମିଳିନି ମଧ୍ୟାହ୍ନଭୋଜନ ଟଙ୍କା*
ନୂଆପଡା(ମିଖାଏଲ ନନ୍ଦ)
ତା-୨୮/୦୭
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ଅବ୍ୟବସ୍ଥା ଘେରରେ ଚାଲିଥିବା
ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡିକେନ୍ଦ୍ରରେ
ଆଜକୁ ପ୍ରାୟ ୧୦ମାସହେଲା ମଧ୍ୟାହ୍ନ
ଭୋଜନ ଓ ଅଣ୍ଡା ପାଉଣା ମିଳିନଥିବାରୁ କେନ୍ଦ୍ରଗୁଡ଼ିକ
ଉଧାରିରେ ଚାଲିଥିବା ଜଣାପଡ଼ିଛି। ସ୍ବଳ୍ପ ବେତନ ଭୋଗୀ ଅଙ୍ଗନବାଡି କର୍ମୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଧାରକରଜ କରି କେନ୍ଦ୍ର ଚଳାଇବାକୁ ବାଧ୍ୟ ହେଉଛନ୍ତି
ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ଦେଖାଦେଇଛି। ସୂଚନାନୁଯାୟୀ, ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା,
ଚଟିଆଗୁଡ଼ା, କରଣବାହାଲି ଓ ଟିମନପୁର ସେକ୍ଟରରେ ଥିବା
ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଗତ ଅକ୍ଟୋବର ମାସରୁ ମଧ୍ୟାହ୍ନ
ଭୋଜନ ଓ ଅଣ୍ଡା ଟଙ୍କା ଦିଆଯାଇନାହିଁ । ଏଣୁ କର୍ମୀମାନେ
ଧାରକରଜ କରି କେନ୍ଦ୍ର ଚଳାଉଛନ୍ତି। ସେହିପରି ଗତ ମାର୍ଚ୍ଚମାସରୁ ସିନାପାଲି, ହାତୀବନ୍ଧା, ଗଣ୍ଡାବାହାଲି, ସିଙ୍ଗଝର,କେନ୍ଦୁମୁଣ୍ଡା ଓ ନଙ୍ଗଲବାଡ ସେକ୍ଟରକୁ ମଧ୍ୟ ପାଉଣା ପ୍ରଦାନ
କରାଯାଇନାହିଁ । ଏଭଳି ସ୍ଥିତିରେ ଅଙ୍ଗନବାଡି କର୍ମୀମାନେ
ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତଥା
ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ କର୍ମୀମାନେ
ହିତାଧିକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏନେଇ ଆଗକୁ ଏହାର ପ୍ରତିକାର ନହେଲେ କର୍ମୀମାନଙ୍କ ପକ୍ଷରୁ କୌଣସି ପ୍ରକାର ଅପ୍ରୀତିକର ପଦକ୍ଷେପକୁ ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପକ୍ଷେ, କେଉଁ କାରଣରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ୍ର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏନେଇ
ସିଡ଼ିପିଓ ଉର୍ମିଳା ମହାପାତ୍ରଙ୍କୁ ପଚାରିବାରୁ ଦଶ ମାସ ବକେୟାକୁ ଅସ୍ବୀକାର କରିବା ସହ ତିନିମାସର ବକେୟ ଅଛି, ନୂତନ ଡିଏସଡବ୍ଲ୍ୟୁ ଯୋଗଦାନ କରି ଟ୍ରେନିଂରେ
ଯାଇଛନ୍ତି । ସପ୍ତାହକ ପରେ ପାଉଣା ପ୍ରଦାନ କରାଯିବ ବୋଲି କହିଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବଦେଇ ଧ୍ୟାନ ଦେବା ଉଚିତ।
