ଆଗରପଡ଼ା ମେଡିକାଲ ପରିଦର୍ଶନ କଲେ ବିଧାୟକ
ବନ୍ତ /ଆଗରପଡ଼ା,(ନିପ୍ର) ଗତ ଶନିବାର ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନି ମହଲା କୋଠାଘର ନିର୍ମାଣରେ ଅହେତୁକ ବିଳମ୍ବ ଘଟୁଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟସାଧନ ବେଜଙ୍କ ସମେତ ମେଡିକାଲ ପକ୍ଷରୁ ବରିଷ୍ଠ କର୍ମଚାରୀ ଜୟପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
