ନିଟ୍ ପରୀକ୍ଷାରେ ସଫଳତା ପାଇଁ ନିଶ୍ଚଳ ମହାନ୍ତିଙ୍କୁ ସମ୍ବର୍ଦ୍ଧନା
ବନ୍ତ / ଆଗରପଡ଼ା (ନିପ୍ର) ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ପି.ଏମ୍. ଶ୍ରୀ କାଦୁବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ର ନିଶ୍ଚଳ ମହାନ୍ତିଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଛି। ନିଶ୍ଚଳ ନିଟ୍ ପରୀକ୍ଷାରେ ୬୪୧ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୨୧୨୭ ରେଙ୍କ ହାସଲ କରି ବିଦ୍ୟାଳୟ, ଅଞ୍ଚଳ, ବନ୍ତ ବ୍ଲକ ଓ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଶିକ୍ଷକ ଅମୃତ ଲାଲ ମହାନ୍ତି ଏବଂ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତିଙ୍କ ସୁପୁତ୍ର। ଏହି ଅବସରରେ ପି.ଏମ୍. ଶ୍ରୀ କାଦୁବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିମଳ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରାକ୍ତନ ସରପଞ୍ଚ ଭାଗିରଥି ସେଠି,ରବି ନାରାୟଣ ମହାନ୍ତି,ଶିକ୍ଷାବିତ ସଞ୍ଜୟ କୁମାର ମଜୁନଦାର,ପ୍ରାକ୍ତନ ଅଧକ୍ଷ ନାରାୟଣ ଚନ୍ଦ୍ର ପୁରୀ,ଆଲୁମିନି କମିଟି ସଭାପତି ସୁବଳ କାନ୍ତ ପଣ୍ଡା,ଭଗବାନ ଗିରି,ସରୋଜ କୁମାର ବେହେରା, ସ୍ୱପ୍ନାଲୋକ ସୂତାର, ପ୍ରତାପ ମଲ୍ଲିକ, ମାନସ ସ୍ୱାଇଁ, କ୍ଷୀରୋଦ କୁମାର ଦାସ, ଆଶିଷ କୁମାର ବିଶ୍ୱାଳ, ରାଜକିଶୋର ଜେନା, ଜ୍ଞାନ ରଞ୍ଜନ ଖଣ୍ଡେଇ ପ୍ରମୁଖ ଉପସ୍ଥିତ ରହି ନିଶ୍ଚଳଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ନିଶ୍ଚଳଙ୍କ ସଫଳତାକୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଅଧ୍ୟବସାୟ, ନିଷ୍ଠା ଓ କଠିନ ପରିଶ୍ରମ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ବୋଲି ମତ ପ୍ରକାଶ କରିଥିଲେ। ନିଶ୍ଚଳ ମଧ୍ୟ ନିଜ ସଫଳତାର ଶ୍ରେୟ ନିଜ ପିତାମାତା, ଶିକ୍ଷକମାନେ ଓ ପରିବାରର ସହଯୋଗକୁ ଦେଇଥିଲେ।ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ସମାଜ ଓ ଗ୍ରାମାଞ୍ଚଳର ଲୋକଙ୍କ ସେବା କରିବା ନିଶ୍ଚଳଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
