
ଯାଜପୁର (ସରୋଜ କୁମାର ଧଳ) : ଜାତିଆଣ ଆକ୍ଷେପ ସହ ଜୀବନରୁ ମାରିଦେବାକୁ ଧମକ ମାମଲାରେ ଯାଜପୁର ସଦର ପୁଲିସ ମାମଲା ରୁଜୁ କରି ନୀରବ ବସିଛି । ପୁଲିସ ଠାରୁ ନ୍ୟାୟ ନପାଇ ପୀଡିତା ପରିବାର ଏସପିଙ୍କ ଦ୍ବାରସ୍ଥ ହୋ ହୋଇଛନ୍ତି । ସଦର ଥାନା ନାଥସାହି ଜନାଙ୍କ ପଞ୍ଚାୟତର ନୂଆପଡା ଗ୍ରାମର ଶରତ ଜେ ସ୍ତ୍ରୀ ରଞ୍ଜିତା ଅଭିଯୋଗ । ଜିଲା ପୁଲିସ ମୁଖ୍ୟାଳୟରେ କରିଥୁବା ପାଗ ମୁତାବକ ସରକାରଙ୍କ ପକ୍ଷରୁ ତାଙ୍କ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲାଗୁଥିଲା । ଜନବସତି ଅଞ୍ଚଳରେ ଏହାନଲାଗି ରାସ୍ତାରେ ଲଗାଯାଉଥିବା ନେଇ ଶରତ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଯାଗ କରିଥିଲେ । ଫଳରେ ସରପଞ୍ଚଙ୍କ ସ୍ବାମୀ କୈଳାସ ପହି ଆସି ଗତ ୫ ତାରିଖରେ ଧମକ ଦେବ ଦେବା ସହ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିଥିଲେ । କାହିଁକି ଅଭିଯୋଗ କଲ ବୋଳି ଚାଲି ଏଥିପାଇଁ ସ୍ଵାମୀ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରଦିନ ସରପଞ୍ଚ ସସ୍ମିତା ପହି ପହଁଚି ଅନୁରୂପ ବ୍ୟବହାର କରିଥିଲେ । ସେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି । ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଏସପିଙ୍କୁ ଅଭିଯୋଗ କରିଥିଲେ ।