*ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସଡ଼କ ସମସ୍ୟା; ଯାତାୟାତ ସ୍ଵାଭାବିକ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉଦ୍ୟମ*
ନୂଆପଡା(ମିଖାଏଲ ନନ୍ଦ) ତା:୨୪.୦୭.
ନୂଆପଡ଼ା ଜିଲ୍ଲା ର ଏକ ମାତ୍ରା ମହିଳା ଉଚ୍ଚ ଶିକ୍ଷା ଅନୁଷ୍ଠାନ ରୂପେ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ଅବସ୍ଥିତ। କଲେଜ ରେ ନୂତନ ଚତ୍ର ଛାତ୍ରୀଙ୍କ ନାମ ଲେଖା ଚାଲିଥିବା ବେଳେ ଅଭିଭାବକ ମାନେ ସଡ଼କ ସମସ୍ୟା ନେଇ ନିଜ ଝିଅଙ୍କୁ ନାମ ଲେଖାଇବା ନେଇ ସଙ୍କୋଚ କରୁଥିଲେ। ଏହି ସମସ୍ୟା ନେଇ ଶିଲା ତ୍ରିବେଦୀ ଏବଂ ବରିଷ୍ଠ ସାମ୍ବାଦିକ ତପନ ଦାଶ ଖଡ଼ିଆଳ ନଗର ଅଧ୍ୟକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଆସନ୍ତା ଶୁଖିଲା ପାଗରେ ଯାତାୟାତ ବ୍ୟବସ୍ଥା କୁ ସ୍ଵାଭାବିକ କରିବା ସହ ମରାମତି କାର୍ଯ୍ୟ ସମ୍ପାଦନ ହୋଇଥିବା ନଗରପାଳ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। ଖଡ଼ିଆଳ ପରିଚାଳନା କମିଟି ପକ୍ଷ ରୁ ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେବା ସହ ସ୍ଥାୟୀ ସଡ଼କ ନିର୍ମାଣ ପାଇଁ ଦାବୀ କରିଥିଲେ। ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବହୁ ଶୀଘ୍ର ସଡ଼କ ନିର୍ମାଣ ହେବ।
