ବହୁ ବାଦବିବାଦ ପରେ ବଦଳିଲେ ଯୋଗାଣ ଅଧିକାରୀ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ବହୁ ବାଦବିବାଦ ମଧ୍ୟରେ ଗାଦି ମାଡି ବସିଥିବା ଯୋଗାଣ ଅଧିକାରୀ ସନ୍ଦୀପା ଦାସ ଙ୍କ ବଦଳି ପୁରୀ ଜିଲ୍ଲାକୁ ହୋଇଛି। ରାସନ କାର୍ଡ କେଲେଙ୍କାରୀ ରେ ସେ ମୁଖ୍ୟ ଭୂମିକା ନେଇଥିବା ବେଳେ ସମସ୍ତ ପ୍ରକାର ସହଯୋଗର ହାତ ବଢାଇ ଥିଲେ କିଛି ଡିଲର୍ ଓ ସରକାରୀ ଦଳର କିଛି ହାତଗଣତି କର୍ମୀ। ତାଙ୍କ ସମୟରେ ଅଯୋଗ୍ୟ ତାଲିକାରେ ଥିବା, ଗାଡି ଥିବା ଓ ପେନସନ ଭୋଗୀ ପରିବାର ରାସନ କାର୍ଡ ପାଇଥିବା ବେଳେ ଯୋଗ୍ୟ ତାଲିକାରେ ଥିବା ବହୁ ଗରିବ ଶ୍ରେଣୀର ଲୋକ ଙ୍କ ନାମରେ ରାସନ କାର୍ଡ ଖଣ୍ଡେ ହୋଇପାରିନାହିଁ। ପ୍ରତି କାର୍ଡ ପିଛା କିଛି ଦଲାଲ ମାନଙ୍କ ଠାରୁ ଭଲ ରକମ ମାଲ କମାଇ ଥିବା ବେଳେ ଯାହାଙ୍କ ଠାରୁ ମିଳିବ ନାହିଁ ତାଙ୍କୁ ଅବହେଳା କରାଯାଇଥିଲା। ପ୍ରବାସୀ ଶ୍ରମିକ କାର୍ଡ କରିବାରେ ହେଉ ବା ରାସନ କାର୍ଡ ରେ ନାମ ଅନ୍ତର୍ଭୁକ୍ତ କରିବା ହେଉ କିମ୍ବା କାହାନାମ ସଂଶୋଧନ କରିବାକୁ ହେଲେ ବି ମୋଟା ଅଙ୍କର ଲାଞ୍ଚ ନେଉଥିଲେ କିଛି ଡିଲର୍ ମାନଙ୍କ ଦ୍ଵାରା। ତାଙ୍କର ବଦଳି ହେବ ପୂର୍ବରୁ ତାଙ୍କ ଦ୍ଵାରା କେତେକ ଅଯୋଗ୍ୟ ବ୍ୟକ୍ତି ମାନଙ୍କୁ ନୂଆ କାର୍ଡ କେଉଁ ଉପାୟରେ କରାଯାଇଛି ସେ ନେଇ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।ଏହି ଦୁର୍ନୀତିଗ୍ରସ୍ତ ଯୋଗାଣ ଅଧିକାରୀଙ୍କ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ହେଉ ବା ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ହେଉ ଅଭିଯୋଗ ଗଲେ ବି ତାହା ଫଳପ୍ରଦ ହେଉନଥିଲା। କିଛି ବୁଦ୍ଧିଜୀବୀ ତାଙ୍କର ବଦଳି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଭେଟି ସମସ୍ତ ବିବରଣୀ ଦେବା ପରେ ବଦଳି ହୋଇଛି ସତ ସେ କିନ୍ତୁ ଏ ରଘୁନାଥପୁର ବ୍ଲକ ମିଠା ଏପରି ଖାଇ ହଜମ କରିଦେଇଛନ୍ତି ଯେ ଏଠାରୁ ଯିବାକୁ ରାଜି ନ ହୋଇ ଉପରେ ଭଲ ଅଙ୍କର ହାତ ଗୁଞ୍ଜl ଦେଇ ବଦଳି ନିର୍ଦ୍ଦେଶକୁ ବାତିଲ କରିଦେବା ଯୋଜନାରେ ଅଛନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଖବର ମିଳିଛି l ତାଙ୍କ ବଦଳି ବାତିଲ କରାଗଲେ ରଘୁନାଥପୁର ବ୍ଲକ ରେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।
