*ଖଡ଼ିଆଳ ମହିଳା କଲେଜ ରାସ୍ତା ଦୂରାବସ୍ଥା: ତୁରନ୍ତ ମରାମତି ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି*
ନୂଆପଡା(ମିଖାଏଲ ନନ୍ଦ) ତା;୨୨.୦୭.
ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ହୀରାନଗର ଖଡିଆଳ ଡିଗ୍ରୀ ମହିଳା କଲେଜ ସଡକ ଦୂରାବସ୍ଥା ହୋଇଅଛି। ପାନୀୟ ଜଳ ପ୍ରକଳ୍ପ ର ପାଇପ୍ ଭାଙ୍ଗି ଯାଇଥିବା ବେଳେ ସଡ଼କ ଉପରେ ପାନୀୟ ଜଳ ପାଇପ୍ ଦ୍ୱାରା ପ୍ରବାହିତ ହେଉଅଛି। ତେଣୁ ହିରାନଗର୍ ବାସୀ ଏବଂ କଲେଜ ଅଧ୍ୟାପିକା, ଅଧ୍ୟାପକ ଛାତ୍ରୀମାନଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଅଛି। ଏହି ସଡ଼କ ମରାମତି ସହ ଯାତାୟାତ ସ୍ଵାଭାବିକ କରିବା ପାଇଁ ପରିଷଦ ପକ୍ଷ ରୁ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। କାର୍ଯ୍ୟ ତ୍ବରାନ୍ବିତ, ମରାମତି ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା କାଲି ପାଗ ଶୁଖିଲା ହେଲେ ତୁରନ୍ତ ମରାମତି ହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ପ୍ରକାଶ କରିଛନ୍ତି। ଏହି ସଡ଼କ ପାଇଁ ୧୮ ଲକ୍ଷ ଟଙ୍କା ସଡ଼କ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଅଛି।
