ଚୋରା ବାଲି ଚାଲାଣ ଟ୍ରକ୍ ଜବତ କରିଛି ଝାରପୋଖରିଆ ପୋଲିସ୍
___________________
ସାରସକଣା: (୨୦/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣା ବ୍ଲକ ଅଧୀନସ୍ତ ଝାରପୋଖରିଆ ଥାନାର ଆଇ.ଆଇ.ସି ସତ୍ୟବ୍ରତ ଗ୍ରହାଚ଼ାର୍ଯ୍ୟ ଚୋରା ବାଲି ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ ସରକାରୀ ନିୟମାନୁସାରେ ବର୍ଷା ଋତୁ ପାଇଁ ସରକାରୀ ବାଲି ଘାଟରୁ ବାଲି ଉତ୍ତୋଳନ ବନ୍ଦ ରହିଅଛି । କିନ୍ତୁ ଜାମଶୋଳା ଉପକଣ୍ଠରେ ପୂର୍ବରୁ ରଖାଯାଇଥିବା ଗଛିତ ଚୋରା ବାଲିରୁ ଏକ ୧୮ ଚ଼କିଆ ଟ୍ରକ ଚୋରା ବାଲି ବୋଝେଇ କରି ଝାଡ଼ଖଣ୍ଡ ରାଜ୍ୟକୁ ଯାଉଥିବା ସମୟରେ ଝାରପୋଖରିଆ ଆଇ.ଆଇ.ସି. ସତ୍ୟବ୍ରତ ଗ୍ରହାରାର୍ଯ୍ୟଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ପହଞ୍ଚି ଚ଼ୋରାରେ ବାଲି ବୋଝେଇ କରି ୧୮ ଚ଼କିଆ ଟ୍ରକ୍(ଡ଼ବ୍ଲୁ. ବି ୨୯ ସି ୩୬୩୯ ) କୁ ଜବତ କରିବା ସହ ଉକ୍ତ ଟ୍ରକ୍ ର ଡ୍ରାଇଭର ସମେତ ଉକ୍ତ ଚୋରା ବାଲି ବୋଝେଇ ଟ୍ରକ୍ କୁ ଥାନାକୁ ଆଣି ଅଟକ ରଖିବା ସହିତ ଥାନାରେ କେସ ନମ୍ବର ୨୦୯/୨୬ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।ଝାରପୋଖରିଆ ଥାନାର ଦ୍ୱାୟିତ୍ୱ ଗ୍ରହଣ କରିବା ଦିନଠାରୁ ଆଇ.ଆଇ. ସି ସତ୍ୟବ୍ରତ ଗ୍ରହାଚ଼ାର୍ଯ୍ୟଙ୍କ ଲଗାତାର ବାଲି ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ବାଲି ମାଫିଆଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଝାରପୋଖରିଆ ଆଇ.ଆଇ. ସି ବାଲି ମାଫିଆଙ୍କ ଉପରେ ଜୋରଦାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୁତ ଖବର।
