ସ୍ୱବର୍ଣ୍ଣରେଖା ମୁଖ୍ୟ କେନାଲ ପଡ଼ି ଯୁବକ ଆହତ
__________________
ସାରରକଣା,(୧୯/୭/୨୬):(ନି.ପ୍ର): ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା କୃଷି ଓ କୃଷକ ର ଉନ୍ନତି ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ସହିତ ବାଲେଶ୍ଵର ଜିଲ୍ଲା ର ଚାଷୀ ମାନଙ୍କୁ ଚାଷ ନିମନ୍ତେ ଜଳର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ସହିତ ଚୁକ୍ତି ନାମା କରି ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ଗାଲୁଢିହି ଠାର ଏକ ଜଳ ଭଣ୍ଡାର ସ୍ଥାପନ କରିଛନ୍ତି। ଗାଲୁ ତିହି ପରେ ଓଡ଼ିଶା ରାଜ୍ୟ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ମଧ୍ୟ ଦେଇ ମୁଖ୍ୟ କେନାଲ ନିର୍ମାଣ କରି ଶାଖା ପ୍ରଶାଖା କେନାଲ ମାଧ୍ୟମରେ ଚାଷୀଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ଜଳ ଯୋଗାଉଛନ୍ତିା ହେଲେ ଉକ୍ତ ସୂର୍ବର୍ଣ୍ଣରେଖା ଇରିଗେସନ୍ ର କର୍ମଚ଼ାରୀ ତଥା ପଦାଧିକାରୀ ଗଣ କେନାଲ ଉପରେ ନଜର ଦେଉନାହାନ୍ତି । ଏପରିକି କେନାଲ ଆଡ଼ିରେ ଅନାବନା ଗଛ ଉଠିବା ଓ ଲୋକ ବସବାସ କରୁଥିବା ଗ୍ରାମ ନିକଟସ୍ଥ କେନାଲ ପୋଲ ଭାଙ୍ଗି ତୁଟି ଗଲେ ମଧ୍ୟ ପୁନଃନିର୍ମାଣ ହେଉନାହିଁ। ଯାହା ଫଳରେ ଅଧିକାଂଶ ସମୟରେ ମୁଖ୍ୟ କେନାଲ ଭିତରେ ଗୋରୁ, ଗାଈ, ମଟର ସାଇକେଲ ଆରୋହୀ ଅନାୟସରେ ପଡ଼ି ଖଣ୍ଡିଆ ଖାବରା ସହିତ ମୃତ୍ୟୁ ବରଣ କରୁଥିବାର ନଜିର ରହିଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତ ୧୬ ତାରିଖ ମଙ୍ଗଳବାର ରାତି ୯ ଘଟିବା ସମୟରେ ଶୀର୍ଷା ରଥଯାତ୍ରାରୁ ରଥ ଦେଖି ଫେରୁ ଥିବା ବେଳେ ଏକ ମଟର ସାଇକେଲ ଆରୋହୀ ସ୍ବର୍ବର୍ଣ୍ଣରେଖା ମୁଖ୍ୟ କେନାଲ ଆର. ଡ଼ି ୧୬୨୫ ବୌଷ୍ଣବ ଛକ ନିକଟ ଭଙ୍ଗା ପୋଲ ମଧ୍ୟ ଦେଇ କେନାଲରେ ପଶି ଯାଇଥିଲେ । ଏଥିରେ ଯୁବକ ଜଣକ ଖଣ୍ଡିଆ ଖାବରା ହେବା ସହିତ ମଟର ସାଇକେଲଟି ସମ୍ପୁର୍ଣ୍ଣ ପାଣିରେ ବୁଡ଼ି ଯାଇଥିଲା । ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ଉଦ୍ୟମରେ ଯୁବକକୁ କେନାଲ ଭିତରୁ ଉଦ୍ଧାର କରିଥିବା ବେଳେ ଝାରପୋଖରିଆ ପୋଲିସ ଦ୍ୱାରା ମଟର ସାଇକେଲ ଟିକୁ ଉଦ୍ଧାର କରିଥିଲା । ସୂଚନା ଯୋଗ୍ୟ ଯେ ଉକ୍ତ ପୋଲଟି ଭାଙ୍ଗି ଯାଇଥିବା ଖବର ଧାଙ୍ଗୁଡ଼ିଶୋଳ ସୂର୍ବର୍ଣ୍ଣରେଖା ଜଳସେଚନ ବିଭାଗ ଡ଼ିଭିଜନ( ୧) ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ଜଣାଇ ଥିବା ବେଳେ ଅଦ୍ୟାବଧି ଉକ୍ତ ମୁଖ୍ୟ କେନାଲର ଭଙ୍ଗା ପୋଲଟି କାର୍ଯ୍ୟକାରୀ ହୋଇ ନାହିଁ । ଉକ୍ତ ରାସ୍ତା ଦେଇ ଦୈନଦିନ ଭାରିଯାନ ସହିତ ମଟର ସାଇକେଲ ଆରୋହି ,ଛାତ୍ରୀଛାତ୍ର, ରୋଗୀ ଶହ ଶହ ସଂଖ୍ୟାରେ ଯାତାୟତ କରୁଥିବା ନଜିର ରହିଛି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ସରଜମିନ ତଦନ୍ତ କରି ଯଥା ଶୀଘ୍ର ପୋଲ ର ମରାମତି କାର୍ଯ୍ୟ କରିବା ପାଇଁ ସାଧାରଣ, ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୁତ ଖବର।
