*ନୂଆପଡ଼ା ଜିଲ୍ଲା ଖଡିଆଳ ଲାଲ ସାହେବ ପଡ଼ା ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ପାରମ୍ପରିକ ରଥଯାତ୍ରା ନେଇ ପୂଜା ଅର୍ଚ୍ଚନା*
ନୂଆପଡା(ମିଖାଏଲ ନନ୍ଦ) ତା:୧୮.୦୭.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଲାଲ ସାହେବ ପଡ଼ା ସ୍ଥିତ ଶିବ ଦୁର୍ଗା ମନ୍ଦିର ପରିସର ମଧ୍ୟରେ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ। କର୍ମ ବେଦୀ ରୁ ଜନ୍ମ୍ ବେଦୀ କୁ ଯାତ୍ରାକୁ ରଥ ଯାତ୍ରା ବୋଲି ପାଲନ ହେଉଥିବା ବେଳେ ଲାଳସହେବ ପଡ଼ା ସ୍ଥିତ ଜଗନ୍ନାଥ ପ୍ରଭୁଙ୍କ ଜନ୍ମ ବେଦୀରେ ହିଁ ବିରାଜମାନ ହୋଇଛନ୍ତି। ତେଣୁ ଜଗନ୍ନାଥ ଜନ୍ମ ବେଦୀକୁ ରେ ହିଁ ନିଜ ଭକ୍ତଙ୍କ ଦର୍ଶନ ନିମନ୍ତେ ବିରାଜମାନ ହୋଇଛନ୍ତି। ଶ୍ରଦ୍ଧାଳୁ ମାନେ ଜନ୍ମ ବେଦୀରେ ରେ ବ୍ୟାପକ ଦର୍ଶନ କରୁଥିବା ବେଳେ ଆସନ୍ତା ଦିନରେ କର୍ମ ବେଦୀ ବା ଜଗନ୍ନାଥ ମନ୍ଦିର ନିର୍ମାଣ ଲକ୍ଷ ରହିଅଛି। ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ଖଡ଼ିଆଳ ଭବାନୀପାଟଣା ସ୍ୱତନ୍ତ୍ର ରାଜ୍ୟ ରାଜପଥ ଏସ ୧୬କୁ ଲାଗି ୨୧ ଡିସିମିଲ ଜମି ଚିହ୍ନଟ ହୋଇ ଶ୍ରଦ୍ଧାଳୁ ଭକ୍ତ, ମନ୍ଦିର କୁ ଦାନ କରିଛନ୍ତି। ସେଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ଭୂମି ପୂଜନ ଉତ୍ସବ ଶେଷ ହୋଇଅଛି। ଜଗନ୍ନାଥ ଠାକୁର ଜନ୍ମ ବେଦୀରେ ରେ ପୂଜା ପାଇ ଜନ୍ମ ବେଦୀରେ ହିଁ ଭକ୍ତ ଙ୍କୁ ଦର୍ଶନ ପାଇଁ ବାହାର କୁ ଆସିଛନ୍ତି।
