ବିଦ୍ୟାଳୟ ରେ ନୂତନ ସଭାପତି ଓ ପରିଚାଳନା କମିଟି ଗଠନ କୁ କେନ୍ଦ୍ରକରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ।
ଶେରଗଡ(ରିପୋର୍ଟ:- ରାଜକିଶୋର ସାବତ)
ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଓ ସଭାପତି ଚୟନକୁ କେନ୍ଦ୍ର କରି ଶେରଗଡ ବ୍ଲକ୍ ର ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ବରମୁଣ୍ଡଳି ଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଛି। ନୂତନ ସଭାପତି ଓ କମିଟି ଗଠନ ପାଇଁ କିଛଦିନତଳେ ଏକ ବୈଠକ ଡକାଯାଇଥିଲା । ଆଜି ନୂତନ ସଭାପତି ଓ କମିଟି ଗଠନ ପାଇଁ ଗତ ବୈଠକ ରେ ନିଷ୍ପତି ହୋଇଥିଲା। ଏହି ବୈଠକରେ ସ୍କୁଲର ଶିକ୍ଷକବୃନ୍ଦ, ଅଭିଭାବକ ଏବଂ ଗ୍ରାମର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ।କିନ୍ତୁ ମୋଟ ୨୦ ଜଣ ସଭ୍ୟ / ସଭ୍ୟା ରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସିଶେଇ ମାତ୍ର ୧୪ ଜଣ ଆସିଥିଲେ। ଆଉ ବାକି ୬ ଜଣ ସଭ୍ୟ / ସଭ୍ୟା ପ୍ରଧାନ ଶିକ୍ଷୟତ୍ରୀ କୌଣସି ଚିଠି କିମ୍ବା ନୋଟିସ ନ ପଠାଇବା କାରଣରୁ ଆସିପାରିନଥୀଲେ। ସେହି ଆଧାରକୁ କେନ୍ଦ୍ରକରି ଉକ୍ତ ସ୍କୁଲ ରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପଛରେ କିଛି ରାଜନୈତିକ କାରଣ ଥିବା କିଛି ଅଭିଭାବକ ଓ ଉପସ୍ଥିତ ଥିବା ସଭ୍ୟ/ ସଭ୍ୟା କହିଛନ୍ତି। ଯଦି ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରେ ଏଭଳି ପରିସ୍ଥିତି ହୁଏ ତାହାହେଲେ ସେହି ବିଦ୍ୟାଳୟ ର ଛାତ୍ର,ଛାତ୍ରୀ ମାନଙ୍କ ଭବିଷ୍ୟତ କଣ ହେବ। ପରେ ଗାଁର କିଛି ମୁରବୀଶ୍ରେଣୀୟ ଲୋକ ଏବଂ ପ୍ରାଧ୍ୟାନ ଶିକ୍ଷୟତ୍ରୀ ,ABO ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ସଭାପତି ଓ କମିଟି ଗଠନ ପାଇଁ ଧାର୍ଯ୍ୟ କରାଯାଇଥିଲା। ଶେଷରେ ଶିକ୍ଷକ ,ଶିକ୍ଷୟତ୍ରୀ,ABO,CRCC, ଙ୍କ ଉପସ୍ଥିତି ରେ ନୂତନ ସଭାପତି,ଉପସଭାପତି ଓ ନୂତନ କମିଟି ଗଠନ କରାଯାଇଥିଲା। ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରେ ସ୍କୁଲ ସଭାପତି ଓ କମିଟି ଗଠନ ପାଇଁ ଉତ୍ତେଜନା ପରିସ୍ଥିତି କାହିଁକି ଏଭଳି ଅପ୍ରୀତିକର ପରିସ୍ଥିତିକୁ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି।ଏହି ଘଟଣା ଉପରେ ଶିକ୍ଷା ବିଭାଗ ଓ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବା ସହ ଶିକ୍ଷାନୁଷ୍ଠାନରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
