ସର୍ବ ଭାରତୀୟ ସ୍ତରରେ ନିଟ୍ ପ୍ରବେଶିକା ପରୀକ୍ଷାରେ ଆୟୁଷ ଆଶିଷ ଙ୍କ ସଫଳତା
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାନ୍ଦା ପଞ୍ଚାୟତ ବାଲିପଶି ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।ଗତ ଗୁରୁବାର ରଥଯାତ୍ରା ଦିନ ସର୍ବ ଭାରତୀୟ ସ୍ତରରେ ନିଟ୍ ପ୍ରବେଶିକା ପରୀକ୍ଷା ଫଳ ଘୋଷଣା ହୋଇଥିଲା। ବାଲିପଶୀ ଗ୍ରାମର ଆୟୁଶ ଆଶିଷ ପରିଡା ୭୨୦ ନମ୍ବର ରୁ ୬୨୯ ନମ୍ବର ରଖି ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ସେ ଡାକ୍ତର ହୋଇ ଲୋକ ମାନଙ୍କର ସେବା କରିବାର ସ୍ବପ୍ନ ପୂରଣ ହେବାକୁ ଯାଉଛି। ମାତା ପ୍ରତିମା ପରିଡା ଜଣେ ସୁଗୃହିଣୀ ହେବା ସହ ଜଣେ କଣ୍ଟ୍ରାକ୍ଟର ଓ ତାଙ୍କ ପିତା ନିରାକାର ପରିଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ବେଳେ ଆୟୁଷ ଆଶିଷ ତାଙ୍କର ଦ୍ଵିତୀୟ ସନ୍ତାନ। ସେ ସାନ୍ଦା ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଅଷ୍ଟମ ରୁ ଦଶମ ଶ୍ରେଣୀ କାମାକ୍ଷା ନଗର କାନପୁରା ପଞ୍ଚାୟତ ଆଞ୍ଚଳିକ ବିଦ୍ୟାଳୟରେ ୮୯ % ନମ୍ବର ରଖିଥିବା ବେଳେ + ୨ ଶିକ୍ଷା ଓ ଅନୁସନ୍ଧାନ ରେ ୭୮% ନମ୍ବର ରଖିଥିଲେ।୨୦୨୪ ମସିହାରେ ତାଙ୍କ ବଡ ଭାଇ ସତ୍ୟଜିତ ପରିଡା ନିଟ୍ ରେ ଟପ୍ପର ହୋଇ ଭୁବନେଶ୍ୱର ଏମ୍ସ ରେ ଶିକ୍ଷା ଲାଭ କରୁଛନ୍ତି। ଆୟୁଷ ଆଶିଷ ନିଟ୍ ରେ ସଫଳତା ପାଇବା ଖବର ପାଇ ସାନ୍ଦା ପଞ୍ଚାୟତ ଓ ଗ୍ରାମବାସୀ ଉତ୍ସାହିତ ହୋଇଛନ୍ତି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
