ବରୀ (ସରୋଜ କୁମାର ଧଳ) : ବରୀ ବ୍ଲକ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହେଇଥିଲା l ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ବେଳେ ଯୋଗ ପ୍ରଶିକ୍ଷକ ବିକେ ରଶ୍ମିତା ସାହୁ, ବିକେ ରତିକାନ୍ତ, ବିକେ କଳ୍ପନା ଯୋଗ ଦେଇ ଶିଖାଇବା ସହିତ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ର ଆବଶ୍ୟକତା ରହିଛି l ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ରହିଥାଏ ବୋଲି କହିଥିଲେ l କାର୍ଯ୍ୟକ୍ରମ ରେ ବିଡ଼ିଓ ଅସିତ କୁମାର ମହାନ୍ତି, ଜିପିଓ ଲଷ୍ମୀକାନ୍ତ ମହାରଣା ସହିତ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ଏବିକେ ସହିତ ବହୁ ଲୋକ ଯୋଗ ଶିବିରରେ ସାମିଲ ହେଇଥିଲେ l
