ତାଳଚେର (ମନୋଜ ରାଉତ) : ସମଗ୍ର ଦେଶ ଓ ବିଦେଶ ରେ ଜୁନ 21 ତାରିଖ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି |ତାଳଚେର ର ବିଭିନ୍ନ ଅନୁଷ୍ଠାନ, ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ତଥା କ୍ଲବ ଆଦିରେ ଉକ୍ତ ଦିବସ ପାଳିତ ହୋଇଛି |ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତ ରେ ସରପଞ୍ଚ ନରେଶ ଚନ୍ଦ୍ର ବେହେରା ଙ୍କର ସଂଯୋଜନା ରେ ଅନ୍ତର୍ଜାତୀୟ ଯୋଗ ଦିବସ ଗୋଡ଼ିବନ୍ଧ ଠାରେ ପାଳିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଗୁରୁ ଦେଉଳବେଡା ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ କାଳନ୍ଦି ସାହୁ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ଯୋଗ ଶିକ୍ଷା ଦେବା ସହ ଏହାର ଉପକାରିତା ଉପରେ କହିଥିଲେ |ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ନଗର ସଂଘ ଚାଳକ ପ୍ରମୋଦ କୁମାର କୁଣ୍ଡୁ, କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ମଣ୍ଡଳ ସଭାପତି ଅଜୟ କୁମାର ସାହୁ, ଚୈତନ୍ୟ ପ୍ରଧାନ, କାର୍ତ୍ତିକେଶ୍ୱର ସାହୁ ଙ୍କ ସମେତ ପଂଚାୟତ ର ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଙ୍କ ସମେତ ଶତାଧିକ ଜନସାଧାରଣ ଯୋଗଦେଇଥିଲେ |
