*ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହେଲା ABVP ର ୭୮ତମ ପ୍ରତିଷ୍ଠା ଦିବସ*
*ତାଳଚେର:* ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୮ତମ ପ୍ରତିଷ୍ଠା ଦିବସ ଅବସରେ ଆଜି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ସେବାମୂଳକ ଓ ଚିନ୍ତନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ABVP ୟୁନିଟ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ କଲେଜ ପରିସରେ ବୃକ୍ଷ ରୋପଣ କରାଗଲା। ପରିବେଶ ସୁରକ୍ଷା ଓ ସବୁଜ କ୍ୟାମ୍ପସ ଗଠନ ଦିଗରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ମିଶି ବହୁ ଚାରା ଗଛ ଲଗାଇଥିଲେ। “ପ୍ରତି ଛାତ୍ର ଜଣେ ଗଛ ଲଗାନ୍ତୁ” ବୋଲି ସଂକଳ୍ପ ନିଆଗଲା।
ଏହାପରେ କଲେଜ ପରିସରେ ଥିବା *ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ* ଏବଂ *ଉତ୍କଳ ଗୌରବ ମଧୁସୂଦନ ଦାସ*ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଗଲା।
ପରେ ABVP ର ଇତିହାସ ଓ ଛାତ୍ର ଆନ୍ଦୋଳନରେ ସଂଗଠନର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପୋଷ୍ଟର ମଧ୍ୟ ଉନ୍ମୋଚନ କରାଗଲା।
ଶେଷରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ମିଷ୍ଠାନ ବଣ୍ଟନ କରାଯାଇଥିଲା।
ଏହି ଅବସରେ ଢେଙ୍କାନାଳ ବିଭାଗ ସହ ପ୍ରମୁଖ *ଶଶାଙ୍କ ଶେଖର ପ୍ରଧାନ* ଏବଂ ରାଜ୍ୟ ସହ ସମ୍ପାଦକ *ଆଶିଷ କୁମାର ବେହେରା* ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଶକ୍ତିକୁ ରାଷ୍ଟ୍ର ଶକ୍ତିରେ ପରିଣତ କରିବା ପାଇଁ ଆହ୍ଵାନ ଦେଇଥିଲେ।
କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଏବଂ କାର୍ଯ୍ୟକର୍ତ୍ତା *ଜୀବନ ମହାଳିକ, କ୍ରିଷ୍ଣା ସାହୁ, ଆପେନ୍ ସାହୁ* ଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
