ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବ ସମାଜ ସେବୀ ଓ ଛଦେଶ ଅଞ୍ଚଳବାସୀଙ୍କ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ସଦର : ପାମାଳ ଠାରୁ କୋଟବେରେଣୀ,ଭାପୁର ମଧ୍ୟସ୍ଥଳକୁ ଓ ଓଡ଼ାପଡ଼ା ବ୍ଲକର କଳାଙ୍ଗ,କୋତ୍ତମ,ଘଟିପିରି, ଗୋବିନ୍ଦପ୍ରସାଦ ୪ଟି ଏବଂ ସଦର ବ୍ଲକର ୮ଟି ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ସର୍ବମୋଟ ୧୨ଟି ପଞ୍ଚାୟତକୁ ନେଇ ଛଦେଶ ଗଠିତ। ଏହି ଛଦେଶ ଅଞ୍ଚଳରେ ଲାଇନି କଟିବାର କାରଣ ଗୁଣ୍ଡିଚାପଡ଼ା ଗ୍ରିଡ୍ ଠାରୁ କୋଇଲିପଙ୍ଗି ଗ୍ରିଡ୍ ୨୨ କିଲୋମିଟର ହେବ । ଏବଂ ତାହା ଖାଲି ଜଙ୍ଗଲ ଭିତର ଦେଇ ଆସିଛି ଯାହା ଦ୍ଵାରା ହାଲକା ପବନ କି ବର୍ଷା ହେଲେ 33 kV ଗୁଣ୍ଡିଚାପଡ଼ା ଲାଇନ୍ କାଟି ଦିଆ ଯାଏ। ଯାହା ଦ୍ୱାରା ଦିନକୁ ୭/୮ଘଣ୍ଟା ଲାଇନ୍ କଟିଯାଏ। ଆଜକୁ ବହୁ ବର୍ଷ ହେଲା ଛଦେଶ ଅଞ୍ଚଳବାସୀ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ଯଦି ଛଦେଶ ଅଞ୍ଚଳବାସୀ ଠିକରେ ଲାଇନ୍ ପାଇବାକୁ ଚାହୁଛନ୍ତି ତେବେ ଆମକୁ ଆମ ଛଦେଶରେ ଗୋଟିଏ 33kv ମିନିଗ୍ରିଡ ଆବଶ୍ୟକ ହେଉଛି ଏବଂ ଏହି ସୁବିଧା ମଧ୍ୟ ଆମ ପାଖରେ ଅଛି। ହେଲେ ଆମେ ଜାଣି ନାହେଁ ତାହା ହେଲା ଆମ ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନୂଆପାଟଣା 66 kV ଲାଇନ୍ ଯାଇଅଛି ଆମ ଛଦେଶ ଭାଲିଆବୋଲକାଟେଣୀ ଦେଇ ଯାଇଅଛି। ଯାହା ଦ୍ଵାରା ନୂଆପାଟଣାରେ ସବୁବେଳେ ଲାଇନ୍ ରହେ। କିନ୍ତୁ ଗୁଣ୍ଡିଚାପଡ଼ା ଗ୍ରିଡରେ ଲାଇନ୍ କଟିଲେ ଛଦେଶ ଅଞ୍ଚଳବାସୀ ଅନ୍ଧାରରେ ରୁହନ୍ତି। ସେହି ଅନ୍ଧାରରୁ ଆମେ ବଞ୍ଚିବା ପାଇଁ ସେହି 66 kVରୁ ଆମ ଛଦେଶ ଅଞ୍ଚଳବାସୀଙ୍କ ପାଇଁ ମିନି ଗ୍ରୀଡ୍ କରାଗଲେ ଆମେ ଛଦେଶ ଅଞ୍ଚଳବାସୀ ଲାଇନ୍ କଟିବା ଅସୁବିଧାରୁ ବଞ୍ଚିତ ହୋଇ ପାରିବୁ। ଏହି ପ୍ରସ୍ତାବଟିକୁ ବେଗୁନିଆପାଳ ଗ୍ରାମର ଯୁବ ସମାଜ ସେବୀ ସୁବାସ ଖଟୁଆ ଜିଲ୍ଲାର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଶକ୍ତିମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛଦେଶ ଅଞ୍ଚଳବାସୀ ଜନସାଧାରଣଙ୍କ ସୋସିଆ ମିଡ଼ିଆ ମଧ୍ୟମରେ ନିବେଦନ କରିଛନ୍ତି।
