ପିଏମ୍ ଶ୍ରୀ ଦଧିବାମନ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାଦପୁର ଠାରେ ୭୭ତମ ବନ ମହୋତ୍ସବ ପାଳିତ
ଭବାନୀପାଟଣା, ୭/୭ (କିଶନ ଶର୍ମା)- ପିଏମ୍ ଶ୍ରୀ ଦଧିବାମନ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦାଦପୁର ଠାରେ “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରବି ପ୍ରସାଦ କାନୁନଗୋଙ୍କ ଅଧ୍ୟକ୍ଷତାରେ ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ, ସବୁଜ ବନାନୀର ଆବଶ୍ୟକତାକୁ ହୃଦବୋଧ କରି “ବନ ମହୋତ୍ସବ-୨୦୨୬” ର ଭବ୍ୟ ଆୟୋଜନ କରାଗଲା। ପରିବେଶକୁ ଧ୍ୱଂଶ ମୁଖରୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏଁ ଚାରାରୋପଣ କରି ତାର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ଗୀତାଞ୍ଜଲୀ ସାହୁ, ସରପଞ୍ଚ ଦାଦପୁର, ବିଶିଷ୍ଟ ଅତିଥି ଭାବେ ଛବିଲାଲ ସାହୁ, ସଭାପତି, ପୁରାତନ ଛାତ୍ର ସଂସଦ ଭବାନୀଶଙ୍କର ପରିଚ୍ଛା (ବନରକ୍ଷୀ), ତନୁ ଶବର (ବନରକ୍ଷୀ, ଦାଦପୁର), ଶ୍ରୀମତୀ ଜୌସ୍ନାମୟୀ ବେହେରା ପ୍ରମୁଖ ଯୋଗଦେଇ ବନମହୋତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା, ବରିଷ୍ଠ ଶିକ୍ଷକ ସଂଜିବ୍ କୁମାର ଶର୍ମା ସମ୍ପାଦନା ଏବଂ ଶିକ୍ଷୟିତ୍ରୀ ସ୍ନିଗ୍ଧାଲୀନା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭାକାର୍ଯ୍ୟ ପରେ ଅତିଥି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ସମସ୍ତ ଛାତ୍ରଛାତ୍ରୀ ଅଧ୍ୟକ୍ଷ ରବିପ୍ରସାଦ କାନୁନଗୋଙ୍କ ନେତୃତ୍ୱରେ ଇକୋକ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ବଳରାମ ସାହୁଙ୍କ ତ୍ତ୍ୱାବଦାନରେ ଗ୍ରାମ ଚତୁପାଶ୍ୱର୍ରେ ବୃକ୍ଷରୋପଣ, ପ୍ଲାକାର୍ଡ ପ୍ରଦର୍ଶନ ଏବଂ ବୃକ୍ଷରୋପଣର ଆହ୍ୱାନ ଦେଇ ଏହି ଭବ୍ୟ ମହୋତ୍ସବକୁ ସୁଦୁର ପ୍ରସାରୀ କରିବାରେ ସହାୟକ ହେଲେ।
