*ହଳଦିଆ ଡ୍ୟାମରେ “ବୋଟ ସେବାର ଶୁଭାରମ୍ଭ* ବାଙ୍ଗରିପୋଷି ଭଞ୍ଜଦୂତ ଖବର (ଅଂଶୁମାନ ଘୋଷ) ୦୮/୦୭/୨୦୨୬:- ବିକଶିତ ବାଙ୍ଗରିପୋଷି_ନିର୍ବାଚନ_ମଣ୍ଡଳୀ ର
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକ ଅଧୀନରେ ଥିବା ହଳଦିଆ ଡ୍ୟାମରେ “ବଟ୍ ସେବାର ଶୁଭାରମ୍ଭ” ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ବିଧାୟିକା ସୁଶ୍ରୀ ସଂଞ୍ଜଲି ମୁର୍ମୁ ମାଡାମ ll ହଳଦିଆ ଡ୍ୟାମରେ ବୋଟ ସେବାର ଶୁଭାରମ୍ଭ ଏହି ଅଞ୍ଚଳର ପର୍ଯ୍ୟଟନ ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଏ। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନକୁ ନୂତନ ଗତି ମିଳିବା ସହିତ ଅଞ୍ଚଳବାସୀଙ୍କ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ।
ହଳଦିଆ ଡ୍ୟାମର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ବଟ୍ ଭ୍ରମଣ ପର୍ଯ୍ୟଟକମାନଙ୍କୁ ଏକ ଆକର୍ଷଣୀୟ ଏବଂ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବ। ଏହା କେବଳ ଏକ ପର୍ଯ୍ୟଟନ ସେବା ନୁହେଁ, ବରଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାର ଏକ ମହତ୍ୱପୂର୍ଣ୍ଣ ପ୍ରୟାସ। ବୋହୁ ଦୁର ଦୁରନ୍ତରୁ ଛୁଟି ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ଖୁସିର ଲହରୀ ଖେଳିଯିବ ବୋଲି ସ୍ଥାନୀୟ ଲୋକ କୋହୁଛନ୍ତି ।
