ଶ୍ରୀରାମ ମନ୍ଦିରର ରତ୍ନମୁଦା କରଣ ଉତ୍ସବ
____________________
ସାରସକଣା(୮/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଭୁରୁଷାଣୀ ପଞ୍ଚାୟତର ଜନବହୁଳ ଗ୍ରାମ ନୁହାମାଳିଆ ଠାରେ ବହୁ ପ୍ରତିକ୍ଷୀତ ନୂତନ ଭବ୍ୟ ଶ୍ରୀରାମ ମନ୍ଦିରର ରତ୍ନମୁଦା କରଣ ( ଚୂଡ଼ା କରଣ) ଉତ୍ସବ ଦୁଇ ଦିନ ଧରି ଗ୍ରାମବାସୀଙ୍କ ସହଯୋଗରେ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଗତ କାଲି ସମାପାନ ହୋଇଛି । ଗ୍ରାମର ଧାମିକ ବ୍ୟକ୍ତି ବିରେନ ଚନ୍ଦ୍ର ଦାସଙ୍କ ଦାନାର୍ଥେ ନିର୍ମିତ ୫୩ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ଶ୍ରୀରାମଙ୍କ ନିର୍ମିତ ମନ୍ଦିରକୁ ନୟାଗଡ଼ ଜିଲ୍ଲା ଶିଳ୍ପୀ ହେମନ୍ତ ବାରିକ ନିର୍ମାଣ କରୁଥିବା ବେଳେ ଏହାର ରତ୍ନମୁଦା କରଣ ସମାପାନ ହୋଇଛି । ଏହି ପରିପ୍ରେକ୍ଷିରେ ଗତ ୫ ତାରିଖ ରବିବାର ଦିନ ଗ୍ରାମବାସୀଙ୍କ ସହଯୋଗରେ ପୁରୀ ଶ୍ରୀକ୍ଷେତ୍ରର ବ୍ରାହ୍ମଣଙ୍କ ଦ୍ୱାରା ଅଧୀବାସ ପର୍ବ କରାଯାଇ ୧୦୮ ହନୁମାନ ଚାଳିଶା ପଠନ କରାଯାଇଥିଲା । ତତ୍ପର ଦିବସ ୬ ତାରିଖ ପୂର୍ଣ୍ଣ ତିଥିରେ ଜଗନ୍ନାଥ ଧାମ ପୁରୀ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଜଗବନ୍ଧୁ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ନୂତନ ମନ୍ଦିରର ରତ୍ନମୁଦା କରଣ(ଚୂଡ଼ା କରଣ) ଉତ୍ସବରେ ଯଜ୍ଞ ମଣ୍ଡପରେ ଭୁବନେଶ୍ୱର ପାତ୍ର ତାଙ୍କ ସହଧର୍ମିଣୀ ଗୁଣମଣୀ ପାତ୍ର ଏବଂ ଯୋଗେଶ୍ବର ନାଏକ ଓ ତାଙ୍କ ସହଧର୍ମିଣୀ ଅନୁସୟା ନାଏକଙ୍କ ସଂକଳ୍ପରେ କର୍ତ୍ତା କର୍ତ୍ତୀ ଭାବେ ଯଜ୍ଞମଣ୍ଡପରେ ବ୍ରାହ୍ମଣଙ୍କ ଦ୍ୱାରା ଘଟ ସ୍ଥାପନା, ଦଶଦିଗପାଳ ପୂଜା, ବେଦ ମନ୍ନ୍ରାଦି ପାଠ କରାଯାଇ ନୂତନ ମନ୍ଦିର ଚୂଡ଼ାରେ ଧାନ, ରୌପ୍ୟ , ସ୍ଵର୍ଣ୍ଣ, ତମ୍ବା, ପିତ୍ତଳ ଓ ମୁଦ୍ରା ମାନ ଅର୍ପଣ କରି ଚୂଡ଼ାକରଣ କର୍ମକାଣ୍ଡ କରାଯାଇଥିଲା । ବେଦାଚାର୍ଯ୍ୟ ଜଗବନ୍ଧୁ ମିଶ୍ର ମୁଖ୍ୟ ପୌରହିତ୍ୟରେ ପୁରୀ ଶ୍ରୀକ୍ଷେତ୍ରର କର୍ମକାଣ୍ଡ ବିତ୍ ପଣ୍ଡିତ ଆଲୋକ କୁମାର ପଣ୍ଡା, ଆଚାର୍ଯ୍ୟ ଯଜ୍ଞା ଶ୍ରୀନିବାସ ପଣ୍ଡା ଓ ପ୍ରଭୁପାଦ ରଥଙ୍କ ଦ୍ୱାରା ଯାଜ୍ଞିକା ରତ୍ନମୁଦ ,ଚୂଡ଼ାକରଣ ଯଥା ବିଧି ରିତି ଅନୁଯାୟୀ କରାଯାଇଥିଲା। ଗତକାଲି ମଙ୍ଗଳକାର ଚୂଡ଼ା କରଣ ଉତ୍ସବର ପୂର୍ଣ୍ଣାହୁତି ଦିଆଯାଇ ଥିଲା। ଉକ୍ତ ଧାର୍ମିକ ଦୁଇ ଦିନ ବ୍ୟାପି ଚୂଡ଼ାକରଣ ଉତ୍ସବରେ ଶ୍ରୀରାମ ମନ୍ଦିର ସଂଘ ପରିବାର ପକ୍ଷରୁ ହଜାର, ହଜାର ଦର୍ଶନଭିଳାଷୀ ମାନଙ୍କ ନିମନ୍ତେ ଅନ୍ନ ଛତ୍ର ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଶ୍ରୀରାମ ମନ୍ଦିର ସଂଘର ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ନାଏକଙ୍କ ସହଯୋଗରେ ଗ୍ରାମବାସୀ ସମୂହେ କାର୍ଯ୍ୟ ପରିଚାଳନାରେ ପୂର୍ଣ୍ ସହଯୋଗ କରିଥିଲେ । ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ଖବର ରିପୋର୍ଟ।
