ଧର୍ମପରାୟଣା ମହିଳା ବାୟାଣୀ ବେହେରାଙ୍କ ପରଲୋକ
ବନ୍ତ /ଆଗରପଡ଼ା,(ନିପ୍ର)ବିଟିପୁର ପଞ୍ଚାୟତ ଅନ୍ତର୍ଗତ ହଳଦିପହଣି ଗ୍ରାମର ଜଣେ ଧର୍ମପରାୟଣା ତଥା ମିଷ୍ଟଭାଷୀ ମହିଳା ବାୟାଣୀ ବେହେରାଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସ୍ୱର୍ଗତା ବେହେରା ହେଉଛନ୍ତି ବିଶିଷ୍ଟ ପାଲାଗାୟକ ଚିନ୍ତାମଣି ବେହେରାଙ୍କ ମାତା। ତାଙ୍କର ଏହି ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଜେପି ବିଟିପୁର ଶକ୍ତିକେନ୍ଦ୍ର ପ୍ରମୁଖ ଚିନ୍ମୟ ମହାପାତ୍ର, ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ,ବିଟିପୁର ବୁଥ୍ ସଭାପତି ବାବୁରାମ ବେହେରା,ଯୁବମୋର୍ଚ୍ଚା ସଭାପତି ଶୁଭେନ୍ଦୁ ବେହେରା, ବିଜେପି ଯୁବନେତା ସପନ ସିଂହ, ପ୍ରସନ୍ନ ପାତ୍ର, ଶିକ୍ଷାବିତ୍ ଚିତ୍ତରଂଜନ ସାମନ୍ତରାୟ,ଶ୍ୟାମସୁନ୍ଦର ପୁହାଣ, ପୁରସ୍ତମ ରାଉତ, କହ୍ନେଇ ପୁହାଣ ଏବଂ ଈଶ୍ୱର ପୁହାଣ ପ୍ରମୁଖ ତାଙ୍କ ବାସଭବନରେ ପହଁଞ୍ଚି ମରଶରୀରକୁ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ତାଙ୍କ ନାତି ବିଶ୍ୱଜିତ ମୁଖାଗ୍ନୀ ଦେଇଥିଲେ ।
