ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରୁ ଇଟା ପଡ଼ି ମହିଳାଙ୍କ ମୁଣ୍ଡ ଫାଟିଲା
ବନ୍ତ /ଆଗରପଡ଼ା,(ନିପ୍ର)ଆପଣ୍ଡା ୧ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ଗୃହ କାନ୍ଥରୁ ଇଟା ପଡ଼ି ଜନୈକା ମହିଳାଙ୍କ ମୁଣ୍ଡ ଫାଟିଲା । ଏହି କେନ୍ଦ୍ରରେ ଶିଶୁମାନଙ୍କ ଓଜନ ପ୍ରକ୍ରିୟା ଚାଲିଥିଲା । ସତ୍ୟଭାମା ରଣା ନାମ୍ନୀ ମହିଳା ତାଙ୍କ ଶିଶୁପୁତ୍ରକୁ ଓଜନ କରିବା ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ କେନ୍ଦ୍ର ଗୃହ କାନ୍ଥରୁ ଇଟା ଖସି ପଡ଼ି ତାଙ୍କ ମୁଣ୍ଡ ଫାଟି ଥିଲା । ସୌଭାଗ୍ୟବଶତଃ ଶିଶୁପୁତ୍ର ର କୌଣସି କ୍ଷତି ଘଟି ନଥିଲା । ଏକ ଜରାଜୀର୍ଣ୍ଣ ଗୃହରେ ଦୀର୍ଘ ୨୬ ବର୍ଷ ଧରି ଏହି କେନ୍ଦ୍ର ଚାଲିଥିବାର ଜଣାପଡ଼ିଛି।
