“ମୁଣ୍ଡାରୀ ଭାଷାର ନୂତନ ବିଦ୍ୟାଳୟ ପ୍ରତିଷ୍ଠା।”
ସାରସକଣା:- ତା୦୫/୦୭/୨୦୨୫ ରିଖ(ରବିବାର) ମୁଣ୍ଡାରୀ ଭାଷାର ସାମାଜିକ ଓ ସାମ୍ବିଧାନିକ ସ୍ବୀକୃତି ହାସଲ କରିବା ଓ ମୁଣ୍ଡାରୀ ଭାଷାର ସମ୍ମାନର ସୁରକ୍ଷା ନିମନ୍ତେ ମୁଣ୍ଡାରୀ ଭାଷା ସମନ୍ବୟ କମିଟି ଟି ତରଫରୁ ମୁଣ୍ଡାରୀ ବିଦ୍ୟାଳୟ ଖୋଲାଯାଇ ପ୍ରତ୍ୟେକ ରବିବାର ମୁଣ୍ଡାରୀ ଭାଷାରେ ଶିକ୍ଷାଦାନ କରାଯାଉଛି।
ପ୍ରଥମେ:-
ସାରସକଣା ବ୍ଲକ ଅନ୍ତର୍ଗତ ପାକଟିଆ ଗ୍ରାମପଞ୍ଚାୟତର ଭାଦୁଆ ଗ୍ରାମରେ “ଜୟ ଭଗବାନ ବିର୍ସା ମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟ”ର ଶିକ୍ଷୟିତ୍ରୀ ଶିରମଣି ସିଂ।
ଦ୍ଵିତୀୟେ:-
ସାରସକଣା ବ୍ଲକ ଅନ୍ତର୍ଗତ ମୁରୁଣିଆଁ ଗ୍ରାମପଞ୍ଚାୟତର କପାଡିହା(ରତିଲା) ଗ୍ରାମରେ “ଧାରତୀ ଆବା ବିର୍ସା ମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟ”ର ଶିକ୍ଷୟିତ୍ରୀ ଶୁଭଶ୍ରୀ ସିଂ।
ତୃତୀୟେ:-
ସାରସକଣା ବ୍ଲକ ଅନ୍ତର୍ଗତ ଶୀର୍ଷା ଗ୍ରାମପଞ୍ଚାୟତର ବଣଗାଁ ଗ୍ରାମରେ “ବୀର ବିର୍ସା ମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟ”ର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସିଂ।
ଉକ୍ତ ତିନୋଟି ଗ୍ରାମର ଗ୍ରାମବାସୀଙ୍କୁ ନେଇ ତିନି ଜାଗାରେ ଗୋଟେ ପରେ ଗୋଟେ ଗ୍ରାମରେ ଗ୍ରାମସଭା ହୋଇଯାଇଛି। ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ଵୟ କମିଟିର ବଡ଼ସାହି ବ୍ଲକର ଜିଲ୍ଲା ଆବାହକ ବୈଦ୍ୟନାଥ ସିଂ ସଭାପତିତ୍ବ କରିଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ମୁଣ୍ଡାରୀ ବିଦ୍ୟାଳୟର ଉନ୍ନତୀକରଣ କରଣ ନିମନ୍ତେ ଗ୍ରାମବାସୀଙ୍କ ସହଯୋଗ ନିତାନ୍ତ ଆବଶ୍ୟକ | ଗ୍ରାମର ସମସ୍ତ ପିଲାଙ୍କୁ ଉକ୍ତ ମୁଣ୍ଡାରୀ ବିଦ୍ୟାଳୟରେ ନାମ ଲେଖାଇ ପ୍ରତ୍ୟେକ ରବିବାର ପାଠ ପଢିବା ପାଇଁ ପଠାଇବା, ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ମୁଣ୍ଡାରୀ ଭାଷାର ବାର୍ଷିକ ପରୀକ୍ଷାରେ ଅଂଶଗ୍ରହଣ କରି ପ୍ରମାଣପତ୍ର ହାସଲ କରିବାକୁ ପରାମର୍ଶ ଦିଆଯାଇଛି। ଏହି ମୁଣ୍ଡାରୀ ବାନି ବିଦ୍ୟାଳୟରେ ପଢା ଯାଉଥିବା ପାଠ୍ୟକ୍ରମରେ ମୁଣ୍ଡା ସମ୍ପ୍ରଦାୟର ସଂସ୍କୃତି, ପରମ୍ପରାକୁ ଗୁରୁତ୍ବ ଦିଆଯାଇଛି। ଏଣୁ ଏହା ସମସ୍ତଙ୍କ ପଢିବା ଓ ଶିଖୁବା ଅତ୍ୟନ୍ତ ଜରୁରୀ ବୋଲି ସମସ୍ତେ ମତ ଦେଇଥିଲେ | ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ହାସଲ ନିମନ୍ତେ ଗ୍ରାମବାସୀଙ୍କ ସ୍ଵାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ନିକଟକୁ ପ୍ରେରଣା କରିବା, ଆଗାମୀରେ ହେବାକୁ ଥିବା ଜନଗଣନାରେ ଜାତି, ମାତୃଭାଷା ଓ ଧର୍ମ ସମ୍ବନ୍ଧରେ ସଠିକ ତଥ୍ୟ ପ୍ରଦାନ କରିବା, ଜନଗଣନାକାରୀଙ୍କୁ ମାତୃଭାଷା ମୁଣ୍ଡାରୀ ବୋଲି ଲିପିବଦ୍ଧ କରାଇବା, ମୁଣ୍ଡାରୀ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା, ସମସ୍ତ ଗ୍ରାମବାସୀଙ୍କ ସର୍ବସମ୍ମତିକ୍ରମେ ତିନୋଟି ମୁଣ୍ଡାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ ଚୟନ କରି ଦାୟିତ୍ବ ଅର୍ପଣ କରାଗଲା I ଏ ଅବସରରେ ମୁଣ୍ଡାରୀ ଭାଷା ସମନ୍ବୟ କମିଟିର କନ୍ଦ୍ରୀୟ ଆବାହକ ବିରବଲ ସିଂ, ସାଧାରଣ ସମ୍ପାଦକ ଇଂ.ସୁନାରାମ ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧୂଆ ଆ ସିଂ, କୁଳିଅଣା ବ୍ଲକର ସମସ୍ତ ହାତୀବାରି ମୁଣ୍ଡାରୀବାଣୀ ଶିକ୍ଷକ ଓ ସମାଜସେବୀ ମନୋରଞ୍ଜନ ସିଂ, ଚାନ୍ଦୁଆ ମୁଣ୍ଡାରୀବାଣୀ ଶିକ୍ଷକ ବୁଧୁ ସିଂ, କଖାରୁଶୋଳ ମୁଣ୍ଡାରୀବାଣୀ ଶିକ୍ଷକ ସୁବଧ ଚନ୍ଦ୍ର ସିଂ ଓ ସମାଜସେବୀ ମାନୀନ୍ଦ୍ର ସିଂ। ସମସ୍ତ ଗ୍ରାମରୁ ସର୍ବସମ୍ମତିକ୍ରମେ ସାରସକଣା ବ୍ଲକର ଆବାହକ ଭାବେ କରମ ଚାନ୍ଦ ସିଂଙ୍କୁ ମତ ପ୍ରକାଶ କରିଥିଲେ ଓ ମତ ଗ୍ରହଣ କରିଥିଲେ। ଭାଦୁଆରୁ ପୁରୁଷତ୍ତମ ସିଂ, ରତିଲାରୁ ଶୁକ୍ରା ମୁଣ୍ଡା ଓ ବଣଗାଁରୁ ବୀରଞ୍ଚି ନାରାୟଣ ସିଂ ସହଯୋଗ କରିଥିଲେ | ତିନୋଟି ଗ୍ରାମର ସମସ୍ତ ଗ୍ରାମବାସୀ ଏହି ଗ୍ରାମ ସଭାରେ ଉପସ୍ଥିତ ଥିଲେ । ସାରସକଣା ବ୍ଲକରେ ମୁଣ୍ଡା ସମ୍ପ୍ରଦାୟର ଆହୁରି ମୁଣ୍ଡାରୀବାଣୀ ବିଦ୍ୟାଳୟ ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା ଏବଂ ଶେଷରେ ସାରସକଣା ବ୍ଲକର ଆବାହକ କରମ ଚାନ୍ଦ ସିଂ ସଭା ସାଙ୍ଗ କରିଥିଲେ।
