ଯାଜପୁର ଜିଲ୍ଲା……ବଡ଼ଚଣାର ବିଭିନ୍ନ ଅଞ୍ଚଳରେ ବ୍ୟାପିବାରେ ଲାଗିଲାଣି କଲେରା ରୋଗ l ଝାଡ଼ା ବାନ୍ତି ରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଦୁଇ ଜଣଙ୍କ ଜୀବନ ମଧ୍ୟ ଗଲାଣି l ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର କଲେରା ରୋଗରେ ମୃତ୍ୟୁ ବରଣ କରିଥିବା ଶାଳପଡ଼ା ପଞ୍ଚାୟତ ତିଳପଦା ଗ୍ରାମର ବିରଞ୍ଚି ମଳିକଙ୍କ ପାରିବାର କୁ ଭେଟିବା ସହିତ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀକାନ୍ତ ଜେନା, ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ, ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ l ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ,ବ୍ଲକ ବିଜେଡ଼ି ସଭାପତି ତାପସ ଚନ୍ଦ୍ର ରାୟ, ବିଜୟ ପ୍ରଧାନ, ନିରଞ୍ଜନ ବିଶ୍ୱାଳ, ଧୁଳେଶ୍ୱର ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ସଞ୍ଜୀବ ସାମଲ, ସତ୍ୟବ୍ରତ ସାମଲ, ଦିଲ୍ଲିପ କୁମାର ବେହେରା, ମହମ୍ମଦ ଇମ୍ରାନ , ପ୍ରଭୁଦତ୍ତ ଜେନା, ମାନସ ପଣ୍ଡାଙ୍କ ସମେତ ଅନେକ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
