**ଜଙ୍ଗଲୀ ବାରହା ଆକ୍ରମଣରେ ଯୁବକ ଗୁରୁତର **
ତିର୍ତ୍ତୋଲ ୨୭/୬- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ଦାମୋଦରପାଟଣା ଗ୍ରାମରେ ବାରାହା ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ ଏହି ଗ୍ରାମର ଗୁରୁପ୍ରସାଦ ମହାପାତ୍ରଙ୍କ ପୁଅ ଦୀପ୍ତି ରଞ୍ଜନ ମହାପାତ୍ର ତାଙ୍କ ଘର ନିକଟ ବାଡ଼ିକୁ ଯାଇଥିବାବେଳେ ହଠାତ ବାରାହା ଆକ୍ରମଣ କରିଥିଲା l ନିକଟରେ କଣ୍ଠିଆପାଳ ଘଞ୍ଚ ଜଙ୍ଗଲ ରହିଥିବାରୁ ବାରାହାଙ୍କ ଉପଦ୍ରଵ ବଢିଚାଲିଛି l ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି l ବିଳମ୍ବିତ ରାତିହେଲେ ବାୟା ଅବଧୁତ କଲେଜ ରାସ୍ତାରେ ଲୋକମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଯାତାୟାତ କରିଥାନ୍ତି l ବାରାହା ଆକ୍ରମଣରେ ଶିକାର ହୋଇଥିବା ଦୀପ୍ତି ରଞ୍ଜନ ମହାପାତ୍ରଙ୍କୁ ସଙ୍ଗେ ସଙ୍ଗେ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ତାଙ୍କର ତଣ୍ଟିରେ ୫ ଟା ଷ୍ଟିଜ ହୋଇଥିବା ଦେଖିବାକୁ ମିଳିଛି l ମଣିଜଙ୍ଗା ଡାକ୍ତର ତାଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟକୁ ଯିବାପାଇଁ ପରାମର୍ଶ କରିଥିବା ସୂଚନା ମିଳିଛି l ପ୍ରଶାସନ ପକ୍ଷରୁ ଏଠାରେ ବାରାହା କବଳରୁ ଜନସାଧାରଣ ମାନଙ୍କୁ ସୁରକ୍ଷା ଦେବାପାଇଁ ଦାବୀ ହୋଇଛି l
