ମାଲକାନଗିରି – ୧୯/୦୬
(ସୁକୁମାର ମଣ୍ଡଳ)
ଶାସ୍ତ୍ରୀୟ ରୀତିରେ ସମ୍ପନ୍ନ ହେଲା ଉପନୟନ ସଂସ୍କାର,ପଇତା ଧାରଣ କଲେ ଶୁଭମ।
ଦର୍ଶକ ବନ୍ଧୁ ଆଜି ଆମେ ଆଲୋଚନା କରିବା ହିନ୍ଦୁ ଧର୍ମର ଷୋଡ଼ଶ ସଂସ୍କାର ମଧ୍ୟରୁ ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ସଂସ୍କାର ଉପନୟନ ବା ବ୍ରତପୋନୟନ। ଏହି ଅବସରରେ ଆମ ପ୍ରତିନିଧି ଆଜି ଉପସ୍ଥିତ ଥିଲେ ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଶିଖା ପାଲ୍ଲୀ ଗ୍ରାମ ପଞ୍ଚାୟତର ଏମ୍ ଭି ୧୮ ନଂ ଗ୍ରାମର ସୂଜୟ ଚର୍କବର୍ତ୍ତୀଙ୍କ ଘରେ। ଆଜି ଥିଲା ସୂଜୟ ଚର୍କବର୍ତ୍ତୀଙ୍କ ଏକମାତ୍ର ପୁତ୍ର ଶୁଭମ ଚକ୍ରବର୍ତ୍ତୀଙ୍କର ବ୍ରତପୋନୟନ। ଏହି ଅବସରରେ ଜଳାଭିଷେକ ପାଇଁ ଆଖପାଖ ଗ୍ରାମର ପାଖାପାଖି ୫୦୦ ରୁ ଅଧିକ ମହିଳା ଯୋଗ ଦେଇଥିଲେ। ଆଜିର ଏହି ବ୍ରତପୋନୟନ ବିଷୟରେ ମାଲକାନଗିରି ଜିଲ୍ଲାର ବ୍ରାହ୍ମଣ ସମାଜର ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରଜିତ ତାଙ୍କର ମତାମତ ପ୍ରଦାନ କରିବାକୁ ଯାଇ କହିଥିଲେ, ଉପନୟନର ଅର୍ଥ ହେଉଛି ଗୁରୁଙ୍କ ସମୀପକୁ ନେବା। ଏହାକୁ ପୈତା ବା ଯଜ୍ଞୋପବୀତ ସଂସ୍କାର ମଧ୍ୟ କୁହାଯାଏ। ପାରମ୍ପରିକ ଭାବେ ବ୍ରାହ୍ମଣ ପରିବାରର ବାଳକମାନେ ୭ ରୁ ୧୬ ବର୍ଷ ବୟସ ମଧ୍ୟରେ ଏହି ସଂସ୍କାର ସମ୍ପନ୍ନ ହୋଇଥାଏ। ଏହି ଦିନ ବ୍ରତପୋନୟନ ବାଳକକୁ ଆଚାର୍ଯ୍ୟଙ୍କ ଦ୍ବାରା ଗାୟତ୍ରୀ ମନ୍ତ୍ର ଉପଦେଶ ଦିଆଯାଏ ଓ ଯଜ୍ଞୋପଇତା ଧାରଣ କରାଯାଏ। ଏହି ପଇତାର ତିନୋଟି ସୂତା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏବଂ ଦେବଋଣ, ଋଷିଋଣ, ଓ ପିତୃଋଣର ପ୍ରତୀକ ବୋଲି ବିଶ୍ଵାସ କରାଯାଏ। ଏହାକୁ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ପ୍ରବେଶ ବୋଲି କୁହାଯାଏ।
ଆଜିକାଲି ଅନେକ ପରିବାରରେ ଏହି ସଂସ୍କାରକୁ ସରଳ ଭାବେ ଗୃହରେ ବା ସାମୁହିକ ଭାବେ ମନ୍ଦିରରେ ପାଳନ କରୁଛନ୍ତି। କିନ୍ତୁ ଏମ୍ ଭି ୧୮ ନମ୍ବର ନିବାସୀ ଶ୍ରୀଯୁକ୍ତ ସୂଜୟ ଚର୍କବର୍ତ୍ତୀ ତାଙ୍କ ପୁଅ ଶୁଭମ ଚକ୍ରବର୍ତ୍ତୀଙ୍କର ବ୍ରତପୋନୟନ ମହା ଆଡ଼ମ୍ବରରେ ପଚାଶରୁ ଅଧିକ ବ୍ରାହ୍ମଣ ମାନଙ୍କର ସାହାଯ୍ୟରେ ପାଳନ କରିଛନ୍ତି। ବସନ୍ତ ପଞ୍ଚମୀ, ଅକ୍ଷୟ ତୃତୀୟା, ଓ ଶ୍ରାବଣ ମାସ ଏହି ବ୍ରତପୋନୟନ ପାଇଁ ଶୁଭ ବୋଲି ବିବେଚନା କରାଯାଏ।
ତେବେ ମନେ ରଖିବାକୁ ହେବ ଉପନୟନର ପ୍ରକୃତ ଅର୍ଥ ହେଉଛି ସଂଯମ, ଅଧ୍ୟୟନ ଓ ସେବାଭାବ। କେବଳ ପଇତା ପିନ୍ଧିବା ନୁହେଁ।ତାର ନିୟମ ପାଳନ କରିବା ହିଁ ପ୍ରକୃତ ବ୍ରତ।
