ବେଆଇନ ମଦ କାରବାରରେ ତିନି ଜଣ ଙ୍କୁ ଗିରଫ କଲା ପାରଳା ପୋଲିସ ।
ଗଜପତି (ଟିକି ଲିମା)
ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ଅପରାହ୍ନରେ ଗଜପତି ପୋଲିସ ପକ୍ଷରୁ ଦୈନିକ ମାର୍କେଟ କ୍ୟାବିନ୍, PHD. ରୋଡ୍ ଏବଂ କେଉଟ ସାହିର ଏକ ବାସଭବନରେ ଏକ ସମୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୧୨ଟି ଜରି ବସ୍ତାଋ ୧,୨୫୦ଟି ପାଉଚ୍ରେ ଥିବା ମୋଟ ୨୫୦ ଲିଟର ବେଆଇନ ମଦ ସହିତ ନଗଦ ଗିରଫ କଲା ପରା
୧,୦୨୦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି, ସେମାନେ ହେଲେ ଖଞ୍ଜା ମାଦିଗା ସାହିର ପୋଲାକି କ୍ରିଷ୍ଣା (୬୧), ଏରଡେଲା ସାହିର ପିଡୁଗୁ ଦିଲେଶ୍ୱର ରାଓ (୪୦) ଏବଂ କେଉଟ ସାହିର ଜେନା ଶଙ୍କର (୩) । ଏହି ସନ୍ଦର୍ଭରେ ପାରଳାଖେମୁଣ୍ଡି ଥାନାରେ କେସ୍ ନମ୍ବର ୨୩୦, ୨୩୧ ଏବଂ ୨୩୨/୨୦୨ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
