ମହାଦୁର୍ନୀତିର ଗନ୍ଧ: ୧୮ କୋଟି ପ୍ରକଳ୍ପ ର ଆୟୁଷ ମାତ୍ର ୩ ମାସ। ଜନତା ପଚାରୁଛନ୍ତି କିଏ ହେଲା ମାଲେ ମାଲ୍
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) ::: ୧୮ କୋଟି ବ୍ୟୟବରାଦ ରେ ଅନନ୍ତପୁର କୁପାରୀ ଭାୟା ସୋର ରାସ୍ତା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ରାସ୍ତା ଫାଟିଲାଣି। ଏହାର ସ୍ଥାୟୀତ୍ବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ କାହା ପକେଟ କୁ କେତେ ଅର୍ଥ ଯାଇଛି ତାହା ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ୧୮ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ରାସ୍ତା କାମରେ ଅନୀୟମିତତା କାରଣରୁ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ରାସ୍ତାକାମ ସମୟରେ ରାସ୍ତାର ଅନୀୟମିତତାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ସମୟରେ କୌଣସି ଅଧିକାରୀ ଏହାକୁ କର୍ଣ୍ଣପାତ କରିନଥିଲେ। ଫଳରେ ରାସ୍ତାର ଏପରି ଅବସ୍ଥା ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନନ୍ତପୁର -ସୋର -କୁପାରୀ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ବହୁବାର ଅଭିଯୋଗ ପରେ ପୁର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଇଛି। ୪୦ କିମି ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ ୧୮କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ୪୦ କିମି ବିଶିଷ୍ଟ ଏହି ରାସ୍ତା ମଧ୍ୟରୁ ଏବେବି ଅନେକ ସ୍ଥାନରେ କାମ କରାଯାଇନାହିଁ। ଫଳରେ ଲୋକେ ପୁର୍ବବତ ନାନଦି ଅସୁବିଧାକୁ ସମ୍ମୁଖିନ ହେବା ସହିତ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ରାସ୍ତାକାମ ସମୟରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ କାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିବା ସହିତ ବହୁବାର କାମ ବନ୍ଦ କରାଯାଇଥିଲା। ଏପରିକି ଫେବୃଆରୀ ୧୪ ତାରିଖରେ ଅଇଁରୀ ଛକ ନିକଟରେ କାମ ନିମ୍ନମାନର ହେଉଥିବା ନେଇ ପାଖର ପଞ୍ଚାୟତର ପୁର୍ବତନ ସରପଞ୍ଚ ତ୍ରିଲୋଚନ ପାଣିଗ୍ରାହୀଙ୍କ ସମତେ ଅଞ୍ଚଳବାସୀ କାମ ବନ୍ଦ କରି ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ସମୟରେ ଅଧିକାରୀମାନେ କାମ ଯାଞ୍ଚ ପାଇଁ ଆସିଥିଲେ ମଧ୍ୟ କାମ ଯାଞ୍ଚ ନକରି ଫେରିଯାଇଥିଲେ। ପରେ ରାସ୍ତାକାମକୁ ରାତି ଅଧିଆ କରାଯାଇଥିଲା। ଏବେ ରାସ୍ତାର କେତେକ ସ୍ଥାନରେ କାମ ବାକି ଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ କାମ ଶେଷ କରାଯାଇଛି। ୩ମାସ ତଳେ କରାଯାଇଥିବା ନୁତନ ପିଚୁ ରାସ୍ତା କାମ ମଧ୍ୟରୁ ସୋର ଅନନ୍ତପୁର ରାସ୍ତାର ପୌରାଞ୍ଚଳ ସ୍ୱାଗତ ଗେଟ ନିକଟରେ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ନିମ୍ନମାନର କାମ କାରଣରୁ ରାସ୍ତାର ବିଭିନ୍ନ ସ୍ଥାନରେ ଏପରି ଫାଟ ସୃଷ୍ଟ
