ମନରେଗା ବିଲ୍ ମୁକ୍ତି ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭବାନୀପାଟଣା ଜଳଛାୟା ବିଭାଗର ସହାୟିକା ଭିଜିଲାନ୍ସ ଜାଲରେ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା, ୮ ଜୁନ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରଶେଡ୍) କାର୍ଯ୍ୟାଳୟର ମନରେଗା ସହାୟିକା ପ୍ରିୟଙ୍କା ଜେନାଙ୍କୁ ୩୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଆଜି ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ହାତେନାତ ଧରିଛନ୍ତି।
ସୂଚନା ଅନୁଯାୟୀ, ମନରେଗା ଯୋଜନା ଅଧୀନରେ ଫାର୍ମ ପୋଖରୀ ନିର୍ମାଣ କରିଥିବା ଜଣେ ହିତାଧିକାରୀଙ୍କ ୨.୬୮ ଲକ୍ଷ ଟଙ୍କାର ବିଲ୍ ମୁକ୍ତି ପାଇଥିଲା। ତେବେ ଏହି ବିଲ୍ ରାଶି ଏବଂ ବକେୟା ବିଲ୍ ମୁକ୍ତି ପାଇଁ ପ୍ରିୟଙ୍କା ଜେନା ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନ ଦେଲେ ବକେୟା ବିଲ୍ ମୁକ୍ତିରେ ସହଯୋଗ କରିବେ ନାହିଁ ବୋଲି ସେ ହିତାଧିକାରୀଙ୍କୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।
ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସମାଧାନ ନ ହେବାରୁ ହିତାଧିକାରୀ ଏନେଇ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପ୍ରିୟଙ୍କା ଜେନାଙ୍କୁ ୩୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ତଦନ୍ତ ଦୃଷ୍ଟିକୋଣରୁ ପ୍ରିୟଙ୍କା ଜେନାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଭିଜିଲାନ୍ସ ପି.ଏସ. କେସ୍ ନଂ–୦୯/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା–୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି
