*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପାଇଁ ପ୍ରକୃତି ମିତ୍ର ଏବଂ ପ୍ରକୃତି ବନ୍ଧୁ ରୂପେ ଦୁଇ ଜଣ ମହିଳା ସମ୍ମାନିତ, ପରିବେଶ ସୁରକ୍ଷା ପାଇଁ ମହିଳାଙ୍କ ଆଗେଇ ଆସିବା ଅନ୍ୟ ଙ୍କ ପାଇଁ ପ୍ରେରଣା*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୬.
ନୂଆପଡ଼ା ଜିଲ୍ଲା ର ଖଡ଼ିଆଳ ସହର ରେ ଅବସ୍ଥିତ ଜିଲ୍ଲାର ଏକ ମାତ୍ରା ମହିଳା ଉଚ୍ଚ ଶିକ୍ଷା ଅନୁଷ୍ଠାନ ରୂପେ ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ୨୦୧୬ ମସିହାରେ ଖଡ଼ିଆଳ ର ବୁଦ୍ଧିଜୀବୀ ଙ୍କ ଦ୍ଵାରା ସ୍ଥାପିତ ହୋଇ ଅଞ୍ଚଳର ଡ୍ରପ ଆଉଟ ହେଉଥିବା ମହିଳା ଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ଉଚ୍ଚ ଶିକ୍ଷା ପ୍ରଦାନ କରି ଆସୁଅଛି। ଏକ ଦଶନ୍ଧି ଅତିକ୍ରମ କରି ମହିଳା ଶିକ୍ଷା ଅନୁଷ୍ଠାନ ପରିବେଶ ସୁରକ୍ଷା ସହ ଆଇନ, ସୂଚନା ଓ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରୀଙ୍କ ସମାଜ ର ମୁଖ୍ୟ ସ୍ରୋତ ରେ ଏକ ସଚ୍ଚୋଟ ଏବଂ ଦକ୍ଷ ନାଗରିକ ରୂପେ ଗଢିତୋଳିବା ପ୍ରୟାସ ଜାରି ରହିଛି। ବିଶେଷ କରି ବୃଷ ରୋପଣ, ପରିବେଶ ସୁରକ୍ଷା, ଔଷଧୀୟ ବୃକ୍ଷ ରୋପଣ କରିଛନ୍ତି। ଖଡ଼ିଆଳ ଡ଼ିଗ୍ରୀ ମହିଳା କଲେଜ କୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକୃତ ମିତ୍ର ରୂପେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଙ୍କୁ ମାନପତ୍ର ସହ ୨୦ ହଜାର ଟଙ୍କା ଆର୍ଥି ପୁରଷ୍କାର ପ୍ରଦାନ କରିଛନ୍ତି। ଖଡ଼ିଆଳ ବ୍ଲକ ଜଣେ ମହିଳା ଗାୟତ୍ରୀ ପଣ୍ଡା ସେ ଜଣେ ଗୃହିଣୀ ରୂପେ ନିଜ ପରିବାର ସହିତ ଜୀବନ ନିର୍ବାହ କରୁଥିବା ବେଳେ ମଣ୍ଡୋସିଲ୍ ମୌଜାରେ ୭ ଏକର ଚାଷ ଜମିରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଛନ୍ତି। ବିଶେଷ କରି ଜଙ୍ଗଳ ସୃଷ୍ଟି ଏବଂ ବୃକ୍ଷ ଏବଂ ପ୍ରକୃତିକୁ ଭଲପାଉଥିବା ମହିଳା। ତାଙ୍କ ଜମିରେ ଔଷଧୀୟ ଚାରା ରୋପଣ କରି ଲୋପ ପାଇଯାଉଥିବା ବୃକ୍ଷ କୁ ଆଣି ବଞ୍ଚାଇବା ପ୍ରଚେଷ୍ଟା କରୁଛନ୍ତି। ବୃକ୍ଷ ରୋପଣ କରିବା ତାଙ୍କ ନିଶା ରେ ପରିଣତ ହୋଇଅଛି। ପ୍ରତ୍ୟକ୍ ଦିନ ୩/୪ ଘଣ୍ଟା ଜମି ରେ ଥିବା ଚାରା କୁ ଯତ୍ନ ନେଇଥିବା ବେଳେ ମହିଳା ମାନେ ସମାଜ ଏବଂ ଅଞ୍ଚଳ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
