
– ରାଜ୍ଯ ସରକାରଙ୍କ ଅବକାରୀ ବିଭାଗ ତତ୍ତ୍ଵାବଧାନରେ ଗତ ୩୧ ତାରିଖ ବିଶ୍ଵ ତମାଖୁ ବର୍ଜନ ଦିବସରୁ ନିଶା ସେବନ ଓ ବେଆଇନ ମଦ କାରବାର ବିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଛି।ଏହି ଅଭିଯାନ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।ରାଜ୍ୟବ୍ୟାପୀ କରାଯାଉଥିବା ଏହି ଅଭିଯାନର ଶୀର୍ଷକ ରହିଛି ଆମ ସଂକଳ୍ପ ”ନିଶା ନୁହେଁ,ଜୀବନ ”।ଗାଁରୁ ସହରକୁ ସମ୍ପୂର୍ଣ୍ଣ ଭାବେ ନିଶା କବଳରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦ୍ଦେର୍ଶରେ ଏକ ସୁସଂଯୋଜିତ ଏବଂ ବ୍ୟାପକ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।ଏହି ଅବସରରେ ଗାଁ ଗାଁ ରେ ଗଡିବ ସଚେତନତା ରଥ।ଗଣମାଧ୍ୟମର ସହଯୋଗରେ ଏହି ଅଭିଯାନକୁ ବ୍ୟାପକ କରାଯାଇ ଲୋକଙ୍କୁ ସଚେତନ କରାଯିବ।ଏହି କ୍ରମରେ ଗତ ବୁଧବାର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଉକ୍ତ ରଥ ବାରିପଦା ସହର ପରିକ୍ରମା କରି ମାଦକ ଓ ନିଶା ଦ୍ରବ୍ୟ ବ୍ୟବହାରର କୁପରିଣାମ ଏବଂ ଅପମିଶ୍ରିତ ବିଷାକ୍ତ ଚୋରା ମଦ କାରବାର ବିରୋଧରେ ସଚେତନତା ବାର୍ତ୍ତା ପ୍ରତି ଘରେ ପହଞ୍ଚାଇବ।ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ, ଅବକାରୀ ଉପ ଅଧୀକ୍ଷକ ତପସ୍ଵିନୀ ନାଏକ, ଶ୍ରୀଧର ମହାନ୍ତି ଅବକାରୀ ନିରୀକ୍ଷକ, ବ୍ରଜ ମୋହନ ମଲ୍ଲିକ ବାରିପଦା ସଦର ଅବକାରୀ ଥାନା ଅଧିକାରୀ, ଜ୍ଞାନେଶ୍ବରୀ ବିଶ୍ଵାଳ କୁଳିଅଣା ଅବକାରୀ ଥାନା ଅଧିକାରିଣୀ,ପ୍ରଦୀପ ବେହେରା ଦେଉଳି ଅବକାରୀ ଥାନା ଅଧିକାରୀ, ପ୍ରକାଶ କୁମାର ସାହୁ ବେତନଟୀ ଅବକାରୀ ଥାନା ଅଧିକାରୀ, ମମତା ଦାଶ ଖୁଣ୍ଟା ଅବକାରୀ ଥାନା ଅଧିକାରିଣୀ, ସୁଭଦର୍ଶିନୀ ସାହୁ ଉଦୁଲା ଅବକାରୀ ଥାନା ଅଧିକାରିଣୀ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳାରୁ ଭଞ୍ଜଦୂତ ରିପୋର୍ଟ।।