ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର
ବରଗଡ :୩୦/୦୫(ନି ପ୍ର )ତା-୨୫-୦୫-୨୬ରିଖ ସୋମ ବାର ଦିନ ସକାଳ ୭.୩୦ସମୟ ରେ ବରଗଡ଼ ସ୍ଥିତ ବ୍ରଂଭଚାରି ର ଏକ ପୋଖରୀ ରେ ଗୋଟିଏ ଯୁବକ ବୟସ ପାଖାପାଖି ୩୫ ରୁ ୪୦ବର୍ଷ ହେବ ଏକ ଗଳିତ ମୃତଦେହ ଥିବା ଖବର ପାଇଥିଲେ ବରଗଡ଼ ଟାଉନ ଥାନା ପୋଲିସ। ଟାଉନ ଥାନା ପୋଲିସ ଦ୍ୱାରା ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହ ରେ ରଖାଯାଇଥିଲା। ପୋଲିସ ର ବହୁ ଚେଷ୍ଟା ପରେ ବି ତାଙ୍କ ର କୌଣସି ପରିଚୟ ନ ମିଳିବାରୁ ଟାଉନ ଥାନା ବରଗଡ଼ ନିଷ୍ଠା ପରିବାର କୁ ଶବ ସତ୍କାର ପାଇଁ ଏକ ଲିଖିତ ଅନୁମତି ପତ୍ର ପ୍ରଦାନ ପରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଅଜଣା ଯୁବକ ଙ୍କ ଶବ ସତ୍କାର କରାଯାଇଥିଲା।ଏହି ମହତ କାର୍ଯ୍ୟ ରେ ମାଜିଷ୍ଟ୍ରେଟ ଦାୟିତ୍ଵ ରେ ବରଗଡ଼ ର ଡେପୁଟୀ କଲେକ୍ଟର ତଶକ ରାଜ ଭିତ୍ରିଆ,ଟାଉନ ଥାନା ଏ .ଏସ .ଆଇ ଚିନ୍ମୟ ରାଉଳ, ମହିଳା କନେଷ୍ଟେବଳ କୁମୋଦିନୀ ଦାଶ ଉପସ୍ଥିତ ଥିଲେ।ନିଷ୍ଠା ପରିବାର ର ସଂଯୋଜକ ମାନସ ମେହେର ଓ ଶୁଭ୍ରାଂଶୁ ସରାଫ ଶବ ସତ୍କାର କରିଥଲେ। ଆସନ୍ତୁ ମିଳିମିଶି ଅସହାୟ ଙ୍କ ସହଯୋଗ କରିବା ଓ ସହାୟତା ର ହାତ ବଢ଼ାଇବା।
