କାଳ ବୈଶାଖୀ ଝଡ଼ରେ ଭାଙ୍ଗିଲା ଛେଳି ଫାର୍ମ ହାଉସ୍
____________________
ତା/୨୫/୦୫/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ):
ସାରସକଣା ବ୍ଲକ ଝାରପୋଖରିଆ ଥାନା ଜାଲଦା ପଞ୍ଚାୟତ ଅନ୍ତର୍ଗତ ବାଉଁଶଦା ଗ୍ରାମର ପ୍ରଶାନ୍ତ ମହାନ୍ତଙ୍କ ସ୍ରୀ ଲଲିତା ମହାନ୍ତଙ୍କ ୧୦୫ ଫୁଟ ଲମ୍ବ ୨୦ ଫୁଟ ଓସାର ବିଶିଷ୍ଟ ପକ୍କା ଏଜ୍ ବେଷ୍ଟର ଛେଳି ଫାର୍ମ ଗୃହଟିକୁ ଗତକାଲି ୨୪ ତାରିଖ ରବିବାର ସଂଧ୍ୟା ସମୟରେ ହୋଇଥିବା ଅଦିନିଆ କାଳ ବୈଶାଖି ଘୂର୍ଣ୍ଣି ଝଡ଼ରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ ହୋଇଯାଇଛି। ଫାର୍ମ ହାଉସ ମାଲିକ ଲଲିତା ମହାନ୍ତ କିଛି ଦିନ ପୂର୍ବରୁ ନିଜର ସଂସାରର ଗୁଜୁରାଣ ଭରଣପୋଷଣ ନିମନ୍ତେ ସରକାରଙ୍କର ଆର୍ଥିକ ସହାୟତାରେ ଏକ ଉନ୍ନତମାନର ବ୍ଲାକ୍ ବେଙ୍ଗଲ ଛେଳି ପାଳନ କରିଆସୁଥିଲେ । ମାତ୍ର ଭଗବାନଙ୍କର କ’ଣ ଇଚ୍ଛା ଥିଲା କେଜାଣି ଗତକାଲି କାଳ ବୈଶାଖି ଝଡ଼ରେ ଫାର୍ମ ହାଉସ ଟି ସଂପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଗଲା । ଏଥି ସହିତ ଫାର୍ମ ହାଉସରେ ଥିବା ବ୍ଲକ୍ ବେଙ୍ଗଲ୍ ପ୍ରାୟ ୭୦ ଗୋଟି ଛେଳି ମଧ୍ୟରୁ ୬ ଗୋଟି ଛେଳି ମୃତ୍ୟୁ ବରଣ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩୦ ରୁ ୪୦ ହଜାର ଟଙ୍କା ମୂଲ୍ୟ ହେବ ବୋଲି ଫାର୍ମ ହାଉସ ମାଲିକ ଲଳିତା ମହାନ୍ତଙ୍କ ଠାରୁ ଜଣାପଡ଼ିଛି। ଉକ୍ତ କ୍ଷୟକ୍ଷତିକୁ ନେଇ ଲଳିତା ମୁଣ୍ଡରେ ହାତ ଦେଇ ଭାବବିଭଳ ହୋଇ କହିଛନ୍ତି । ଏଥିରେ ତାଙ୍କର ଅଣ୍ଟା ଭାଙ୍ଗିଯାଇଥିବାରୁ କିପରି ପୁନଃଶ୍ଚ ଫାର୍ମ ହାଉସଟିକୁ ପୁନଃ ଉଦ୍ଧାର କରିବା ସହିତ ଆର୍ଥିକ ଭରଣ ପୋଷଣ କରିବେ ସେ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ଆଜି ସୋମବାର ସେ ସ୍ଥାନୀୟ ଭୁରୁଷାଣୀ ରାଜସ୍ବ ନିରୀକ୍ଷକ ଏବଂ ପାଣିପୋଷି ଠାରେ ଥିବା ସରକାରଙ୍କ ପ୍ରାଣୀ ବିଭାଗର ଷ୍ଟକ୍ମ୍ୟାନ୍ ଙ୍କୁ ଅବଗତ କରିଥିବା ବେଳେ ସାରସକଣା ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କୁ ତାଙ୍କ ମୋବାଇଲ ଯୋଗେ ଅବଗତ କରିଛନ୍ତି। ଏଣୁ ଏଥି ପ୍ରତି ପଶୁପାଳନ ବିଭାଗର ଉଚ୍ଚପଦାଧିକାରୀ ସରଜମିନ୍ ତଦନ୍ତ କରି ଫାର୍ମ ହାଉସ ମାଲିକଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ସେ ନିବେଦନ କରିଛନ୍ତି । ଭଞ୍ଜଦୁତ ଖବର।
