ଓଡ଼ିଶା ବିଗ୍ରେଡ଼ ସ୍କୁଲର ୪ ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ପୁରସ୍କାର ସମ୍ମାନିତ
____________________
ତା/୨୩/୦୫/୨୬: ସାରସକଣା:(ନି.ପ୍ର):(ଅନିଲ କୁମାର ସାହୁ):ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ସାରସକଣା ବ୍ଲକ ଅଧୀନସ୍ଥ ଝାରପୋଖରିଆ(ବମ୍ବେଛକ) ନିକଟରେ ଥିବା ଓଡ଼ିଶା ବିଗ୍ରେଡ଼ ସ୍କୁଲରେ ଚଳିତ ବର୍ଷ ଜାନୁଆରୀ ମାସ ୨୦ ତାରିଖ ଦିନ ଏକ ରାଜ୍ୟ ପୁରସ୍କାର ପରୀକ୍ଷା ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ର ରାଜ୍ୟ ଯୁଗ୍ମ କମିଶନର ଶ୍ରୀଯୁକ୍ତ ସନ୍ତୋଷ ଦେଓଙ୍କ ଉପସ୍ଥିତିରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଓଡ଼ିଶା ବିଗ୍ରେଡ଼ ସ୍କୁଲରୁ ୧୨ ଜଣ କବ୍ ଓ ୧୨ ଜଣ ବୁଲବୁଲ ପରୀକ୍ଷା ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଭକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରଛାତ୍ରୀ ଗତ ୨୦ ତାରିଖ ଦିନ ବୁଧବାର ଦିନ ଫ୍ଲକ୍ ଲିଡ଼ର ମାଧୁରୀ ରାଜ ଓ କବ୍ ମାଷ୍ଟର ସୁକୁମାର ମହାନ୍ତ ଙ୍କ ସହିତ ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ କାର୍ଯ୍ୟାଳୟକୁ ଯାଇଥିଲେ । ୨୧ ତାରିଖ ଗୁରୁବାର ଦିନ ଝାରପୋଖରିଆ ଓଡ଼ିଶା ବିଗ୍ରେଡ୍ ସ୍କୁଲର ଛାତ୍ର ଉମାଶଙ୍କର ଦାସ, ସାଇ ସୁରଞ୍ଜନ ବସା, ଛାତ୍ରୀ ସାଇ ଶ୍ରଦ୍ଧା ପ୍ରତିହାରୀ ଏବଂ ପ୍ରମୀତି ପାତ୍ର ଲୋକଭବନରୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ବ୍ରିଗେଡ୍ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ପିଲାଙ୍କ ସଫଳତା ପାଇଁ ଗର୍ବିତ ଅନୁଭବ କରିଥିଲେ । ଭଞ୍ଜଦୂତ ଖବର।
