ମାଲକାନଗିରି -୨୨/୦୫/୨୦୨୬
(ସୁକୁମାର ମଣ୍ଡଳ)
ମାଲକାନଗିରି ଜିଲ୍ଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଶ୍ଵେତାଂଶୁ ସେଖର ବରାଇଙ୍କ ତତ୍ତ୍ଵାବଧାନରେ ମାଲକାନଗିରି ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ମାଲକାନଗିରି ଜିଲ୍ଲାରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ୭୦୦୦ ସଦସ୍ୟ କରିବା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଶ୍ଵେତାଂଶୁ ସେଖର ବରାଇ ସାମ୍ବାଦିକ ସମ୍ମିଳନୀର କହିଥିଲେ ଯେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ର ଶକ୍ତି ନାରାରେ ବିଶ୍ଵାସ କରି କାର୍ଯ୍ୟ କରିଥିବା ବିଶ୍ଵର ସବୁଠାରୁ ବଡ଼ ଛାତ୍ର ସଂଗଠନ। ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଅନବରତ ଭାବରେ ରାଷ୍ଟ୍ର ଏବଂ ଛାତ୍ର ହିତରେ କାର୍ଯ୍ୟ କରୁଅଛି। ଏହି ଅବସରରେ ରାଜ୍ୟ ଏସ ଏଫ୍ ଡି ସହ ସଂଯୋଜକ ଶ୍ରୀଯୁକ୍ତ ରାଜା ପ୍ରଧାନ କହିଛନ୍ତି ଯେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେଏକ ଲକ୍ଷ ସଦସ୍ୟତା କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଠିକ୍ ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଉଜ୍ଜ୍ୱଳ ଘୋଷ କହିଛନ୍ତି ଯେ ପ୍ରାନ୍ତର ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ ଟି ସ୍ଥାନରେ ନଗର ଶାଖା ଘୋଷଣା ହେବ। ସେହିପରି ମାଲକାନଗିରି ଜିଲ୍ଲାରେ ୩ ଟି ନଗର ଶାଖା ଏବଂ ୧୩ ଟି କ୍ୟାମ୍ପସ ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି।
