-*ଚିକିଟି – ଡିଜିଟାଲ ଓ ପ୍ରିଣ୍ଟ ମିଡିଆର ଦ୍ୱିତୀୟ ସାଧାରଣ ବୈଠକ*
–*ନୂତନ କର୍ମକର୍ତ୍ତା ଚୟନ*
ଚିକିଟି (ଶ୍ରୀବତ୍ସ ସାହୁ ): ଚିକିଟି ବ୍ଲକ ର କାର୍ଯ୍ୟରତ ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସାମ୍ବାଦିକମାନଙ୍କୁ ନେଇ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ପରିସରରେ ଦ୍ୱିତୀୟ ସାଧାରଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ବିଭୂଧେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ରକ୍ଷା କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବ୍ଲକ ସ୍ତରୀୟ ଜନଶୁଣାଣୀ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବାରୁ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା l ଆଗାମୀ ଦିନରେ ଏହl ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜଭୁତ କରିବା ପାଇଁ ଏହି ଅବସରରେ ଏକ ନୂତନ କର୍ମକର୍ତ୍ତା କମିଟି ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ
ସଭାପତି ନିଗମାନନ୍ଦ ପଣ୍ଡା
ଉପଦେଷ୍ଠା ମଣ୍ଡଳୀରେ ବିଭୂଧେନ୍ଦ୍ର ପାଢ଼ୀ, ପ୍ରକାଶ ଚନ୍ଦ୍ର ସାହୁ ଏବଂ ଦୀପ୍ତିରଞ୍ଜନ ପାଢ଼ୀ ମନୋନୀତ ହୋଇଛନ୍ତି l ସେହିପରି
କାର୍ଯ୍ୟକାରୀ ସଭାପତି ଦୁର୍ଗାମାଧବ ମହାରଣା,
ଉପସଭାପତି ଦୀପକ କୁମାର ଚୌଧୁରୀ,ସମ୍ପାଦକ ଅରୁଣ କୁମାର ପଣ୍ଡା,ସହ-ସମ୍ପାଦକ ଶ୍ରୀବତ୍ସ ଲାଞ୍ଚନ ସାହୁ,
କୋଷାଧକ୍ଷ ମନୋଜ କୁମାର କୁଣ୍ଡ ମନୋନୀତ ହୋଇଛନ୍ତି l ପରବର୍ତ୍ତୀ କାର୍ଯ୍ୟକ୍ରମ ଓ ସାମ୍ବାଦିକଙ୍କ ସୁରକ୍ଷା ଅଧିକାରକୁ ନେଇ ଆଲୋଚନା କରିବା ପାଇଁ ଆଗାମୀ ବୈଠକ ପ୍ରସିଦ୍ଧ ପୀଠ ମାଆ ରତେନେଶ୍ୱରୀଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି l
