*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରା ବନ୍ଧ ଠାରେ ବଲାଙ୍ଗୀର ଜିଲ୍ଲା ବଡବାଙ୍କୀ ଚାରି ଯୁବକ ଗାଧୋଇବାକୁ ଯାଇ ଜଣେ ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ,ଦିନକ ପରେ ଆଜି ଓଡ଼୍ରାଫ୍ ଦଳ ମୃତ ଦେହ କଲେ ଉଦ୍ଧାର*
ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୦୫.
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପେଣ୍ଡରା ବନ୍ଧ ଠାରେ ବଲାଙ୍ଗୀର ଜିଲ୍ଲା ବଡବାଙ୍କୀ ଚାରି ଯୁବକ ଗତ କାଲି ଗାଧୋଇବାକୁ ଯାଇଥିଲେ। ସେମାନେ ସେଠାରେ ଥିବା ବ୍ରିଜ ଉପରୁ ଡିଆଁ ମାରି ପାଣି ଭିତରୁ ବ୍ରିଜ ପାଣି ଅତିକ୍ରମ କରି ଆର ପେଟ ବାହାରୁ ଥିଲେ। ଟି ଇ ଚାରିଥର ଏଭଳି କରିବା ପରେ ତାଙ୍କ ଚାରି ଜଣଙ୍କ ଭିତରୁ ଜଣେ ଯୁବକ ଡେଇଁ ବାହାରକୁ ଆସି ପାରିନଥିଲେ। ସଙ୍ଗମାନେ ଖୋଜା ଖୋଜି ପରେ କୋମନା ଥାନାରେ ଜଣାଇଥିଲେ। ଆଜି ଦମକଳ ବାହିନୀ, କୋମନା ପୋଲିସ ଆସି ଘଟଣା ତଦନ୍ତ କରିଥିବା ବେଳେ ପାଣିରେ ଶବକୁ ଖୋଜିଲେ। ଆଜି ଶବ ବାହାରିବା ପରେ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପାଣି ରେ ବୁଡି ଯାଇଥିବା ଯୁବକ ଜଣକ ବଡ଼ବାଙ୍କୀ ର ବୋଲି ଜଣାପଡ଼ିଛି।
