ଦ୍ୱାଦଶ ପରୀକ୍ଷା ବିଜ୍ଞାନ ରେ “ଖୁସି ରଣା” ଭଞ୍ଜନଗର ବ୍ଲକ ଟପ୍ପର।
—————————-
ଭଞ୍ଜନଗର -୨୨/୦୫ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଚଳିତ ବର୍ଷ ଦ୍ଵାଦଶ ପରୀକ୍ଷା ଫଳା ଫଳ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶ ପାଇଛି ।ଏଥି ମଧ୍ୟରେ ଅନେକ ଛାତ୍ର, ଛାତ୍ରୀ କୃତିତ୍ୱ ଅର୍ଜନ କରିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଢ଼ୁଢ଼ୁଆ (କୈଠପଲ୍ଲୀ )ଗ୍ରାମର ପିତା-ଶ୍ରୀ ବିନୋଦ କୁମାର ରଣା, ମାତା-ପ୍ରଭାତୀ ରଣା ଙ୍କ ଝିଅ ଖୁସି ରଣା ବ୍ରହ୍ମପୁର ସ୍ଥିତ ନାଳନ୍ଦା ଶ୍ରୀ ବିଦ୍ୟା ମନ୍ଦିର ରୁ ବିଜ୍ଞାନ ରେ 587 ମାର୍କ, (97.8)ପ୍ରତିଶତ ରଖି କୃତ କାର୍ଯ୍ୟ ହୋଇଛନ୍ତି।ସେ ପୂର୍ବରୁ ମଧ୍ୟ ଭଞ୍ଜନଗର ଦିନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଦଶମ ପରୀକ୍ଷା (A1) ରେ ଉର୍ତ୍ତିଣ୍ଣ ହୋଇଥିଲେ।ସେ ପିଲାଟି ଦିନୁ ଶାନ୍ତ,ସରଳ, ମିଷ୍ଟଭାଷି, ଓ ମେଧାବୀ ଛାତ୍ରୀ ଥିଲେ। ସେ କଠିନ ପରିଶ୍ରମ ଦ୍ୱାରା ଏହା ସମ୍ଭବ ବୋଲି କହିବା ସହ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, ବାପା, ମା ଏବଂ ପରିବାର ବର୍ଗଙ୍କୁ ଏହାର ଶ୍ରେୟ ଦେଇଛନ୍ତି।ଏହି ସଫଳତା ଦ୍ୱାରା ଖୁସି ରଣାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି।ତେବେ ସେ ଆଗକୁ କଠିନ ପରିଶ୍ରମ କରି ପଦାର୍ଥ ବିଜ୍ଞାନ ରେ ବୈଜ୍ଞାନିକ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।
