*ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୧.୦୫
ଖଡ଼ିଆଳ ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ହାସଲ କରି ଅନୁଷ୍ଠାନ, ପରିବାର, ନିଜ ନିଜର ଅଞ୍ଚଳ ପାଇଁ ଗୌରବର ବାହକ ହୋଇପାରିଛନ୍ତି । କଳା ବିଭାଗରେ ହସିନା ସାହୁ ୮୬.୩୩% ରଖିଥିବା ସ୍ଥଳେ ବିଜ୍ଞାନ ବିଭାଗରେ ସାହିଲ ପ୍ରଧାନ ୮୬.୦୬% ,ବାଣିଜ୍ୟ ବିଭାଗରେ ନମନ କୁମାର ଶୁକ୍ଳା ୮୪.୫% ନମ୍ବର ରଖିଛନ୍ତି ।ସେମାନଙ୍କର ଆଶା ଓ ଇଛା ଉଚ୍ଚତର ଶିକ୍ଷା ହାସଲ ପୂର୍ବକ ସମାଜ ତଥା ଦେଶର ପ୍ରଗତି ପଥରେ ସହଯୋଗ କରିବା । ପିତାମାତା ,ପରିବାର , ଅଞ୍ଚଳ, ରାଜ୍ୟ, ଦେଶ ପ୍ରତି କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନା କରିବା ସେମାନଙ୍କ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ବୋଲି କୃତୀ ଛାତ୍ରଛାତ୍ରୀ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା , ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।
