ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ
ରାୟଗଡ଼
(ରାୟଗଡ଼ା:ରମେଶ ଅଗ୍ରୱାଲ:ନିପ୍ର.)
ତା ୨୦-୫-୨୦୨୬
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ବୁଧବାର ରାୟଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଅପରାହ୍ନରେ ରାୟଗଡ଼ ବ୍ଲକ ପରିସରରେ ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଲନା ଯୋଜନା ସହ ବିଭିନ୍ନ ବିଭାଗୀୟ ତଥ୍ୟ, ବ୍ଲକ କଣ୍ଟ୍ରୋଲ ରୁମ୍, ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ, ଗ୍ରାମ୍ୟ ସ୍ତରୀୟ ଟାସ୍କ ଫୋର୍ସ ଗଠନ ଆଦିର ଆଲୋଚନା କରିଥିଲେ । ପରେ ଶେଷଖାଲ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ବିଭିନ୍ନ ଉପକରଣ ଗୁଡିକର କାର୍ଯ୍ୟକାରିତା ତନଖି କରିଥିଲେ । ବିପର୍ଯ୍ୟୟ ପରିଚାଲନା କମିଟି ସଦସ୍ୟଙ୍କ ସହ ତାହାର ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ଆଶ୍ରୟସ୍ଥଳୀ ପରିସର ସଫାସୁତରା ରଖିବା ସହ ଆବଶ୍ୟକ ମରାମତି ବର୍ଷା ଦିନ ଆସିବା ପୂର୍ବରୁ ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକ୍ଟର କଳିଙ୍ଗ କୁମାର ପୂଜାରୀ, ଏବିଡିଓ କାଳୁ ଚରଣ ନାୟକ, ଯନ୍ତ୍ରୀ ଦିପ୍ତୀ ରଞ୍ଜନ ବେହେରା, ଓସଡ଼ମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଷ ରଞ୍ଜନ ବେହେରା, ଅତିରିକ୍ତ ତସିଲଦାର ଶ୍ରୀମନ୍ତ ସାହୁ, ବାତ୍ୟା ଆଶ୍ରୟସ୍ଥଳୀ ସମ୍ପାଦକ ସୁଧୀର କୁମାର ପାଲ୍ଲୀ, ନିର୍ବାହୀ ଅଧିକାରୀ ମନୋଜ ଜିଲାକାରା, ଏଡିଇଓ ପ୍ରଫୁଲ୍ଲ ହିଆଲ, ଜିଆରଏସ ଆପାଲାସ୍ୱାମି ଯିଲାକାରା ଓ ନିଳାଞ୍ଚଳ ମିଶ୍ର ସମେତ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଆଗାମୀ ବର୍ଷା ଦିନ ନିମନ୍ତେ ରାୟଗଡ଼ ବ୍ଲକ ତରଫରୁ ପୂର୍ବ ପ୍ରସ୍ତୁତିରେ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଆଚାର୍ଯ୍ୟ ସନ୍ତୋଷ ପ୍ରକାଶ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ କମିଟିକୁ ଅଧିକ ସକ୍ରୀୟ ଯୋଗଦାନ ନିମନ୍ତେ ଉତ୍ସାହିତ କରିଥିଲେ । ଗୁରୁବାରଦିନ ବିଷମକଟକ ବ୍ଲକର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।
