*ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା, ପ୍ରଥମ ପର୍ଯ୍ୟାୟରେ ୭.୫ ଲକ୍ଷ କ୍ୱିଣ୍ଟାଲ କ୍ରୟ ଲକ୍ଷ୍ୟଖଡ଼ିଆଳ:*
ନୂଆପଡା(ମିଖାଏଲ ନନ୍ଦ)
ତା-୧୯/୦୫
ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କଠାରୁ ସରକାରୀ ଧାନ ସଂଗ୍ରହ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି। ଖଡ଼ିଆଳ ନିୟନ୍ତ୍ରଣ ବଜାର କମିଟି (RMC) ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି।ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ନୂଆପଡ଼ା ଜିଲ୍ଲାପାଳ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ମଣ୍ଡିର ଶୁଭାରମ୍ଭ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ତହସିଲଦାର ନରସିଂହ ଗଦବା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଳନ କୁମାର ଝଙ୍କାର ଆଉ ଅନ୍ୟାନ କର୍ମକର୍ତା ଉପସ୍ଥିତ ଥିଲେ।ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ୭ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ମଣ୍ଡିରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ଏବଂ ସେମାନଙ୍କୁ ଉଚିତ ମୂଲ୍ୟ ମିଳିବ, ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସ୍ଥାନୀୟ ଚାଷୀ, ଯୋଗାଣ ବିଭାଗର ଅଧିକାରୀ ଓ ବଜାର କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
