ସୋର ରେ ଔଷଧ ଦୋକାନ ବନ୍ଦ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ସର୍ବ ଭାରତୀୟ ଔଷଧ ଦୋକାନ ବନ୍ଦ ପ୍ରଭାବ ସୋର ରେ ଦେଖିବାକୁ ମିଳିଛି। ଆଜି ସକାଳେ ସୋର ର ସମସ୍ତ ଔଷଧ ଦୋକାନ ବନ୍ଦ ଥିବା ବେଳେ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ନାହଁ ନଥିବା ର ଅସୁବିଧା ସମ୍ମୁଖୀନ ହୋଇଥିଲେ। ସୋରର ସମସ୍ତ ଔଷଧ ଦୋକାନି ରାଇପୁର ସ୍ଥିତ ହନୁମାନ ମନ୍ଦିର ରେ ଏକତ୍ରିତ ହୋଇ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ। ଅନଲାଇନ ରେ ଔଷଧ ବିକ୍ରି ବନ୍ଦ କରିବା, କର୍ପୋରେଟ ସଂସ୍ଥା ଦ୍ୱାରା ଗଭୀର ରିହାତି ଏଡ଼ାଇବା ସହ ନକଲି ଔଷଧ କୁ ବଜାର ରୁ ଏଡାଇବା ପାଇଁ ଦାବି ରଖିଛନ୍ତି। ସଂଘ ତରଫରୁ ସଭାପତି ନିପେନ୍ କୁମାର ବେହେରା, ଉପ ସଭାପତି ଚୈତନ୍ୟ ପ୍ରସାଦ ମହାନ୍ତି, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସହ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ସୁବ୍ରତ କୁମାର ପାତ୍ର, ହରିଶ୍ ବାରିକ୍, ଡମ୍ବରୁଧର ସାହୁ, ବିଜୟ କୁମାର ପାତ୍ର, ଅକ୍ଷୟ କୁମାର ସାହୁ, ଅଶୋକ କୁମାର ବାରିକ, କୈଳାସ ବାରିକ, ରମେଶ ଚନ୍ଦ୍ର ପ୍ରଧାନ, ଦେବୀ ପ୍ରସାଦ ହୋତା , ଶୁଭ୍ରାଂଶୁ ଶେଖର ମହାନ୍ତି, ସୈମ୍ୟ ମିଶ୍ର, ମହେଶ୍ଵର ବେହେରା, ତବରେଜ ଖାଁ , ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ସମସ୍ତ ଔଷଧ ଦୋକାନୀ ଏହି ଆନ୍ଦୋଳନ ରେ ଉପସ୍ଥିତ ଥିଲେ। ସଂଘର ବନ୍ଦ ଡାକରା କୁ ସମର୍ଥନ ଜଣାଇ ସମସ୍ତ ଔଷଧ ଦୋକାନ ବନ୍ଦ ଥିବା ବେଳେ କେତେକ ସଂସ୍ଥା ଦ୍ୱାରା ପରିଚାଳିତ ଔଷଧ ଦୋକାନ କୁ ଯାଇ ସଂଘ ର କର୍ମ କର୍ତ୍ତା ମାନେ ପିକେଣ୍ଟିଂ କରି ବନ୍ଦ କରାଇଥିଲେ। ହସ୍ପିଟାଲ ପରିସରରେ ଥିବା ଔଷଧ ଦୋକାନ କୁ ଏହି ବନ୍ଦ ରୁ ବାଦ୍ ଦିଆଯାଇଥିଲା। ।
