ଟ୍ରକ ସହ ୧୩୪ ସିଫ୍ଟି ଚୋରା ଖଇରକାଠ ଜବତ
ଡ୍ରାଇଭର ସମେତ ୨ ଗିରଫ।
ସ୍ଥାନ ଢେଙ୍କାନାଳ
ତାରିଖ,୨୦/୫/୨୬
ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ନିକଟରୁ ଲାଲ୍ ଚନ୍ଦନ ସଦୃଶ ଖଇର କାଠ ବୋଝେଇ ଟ୍ରକକୁ ଗୋଡାଇ ଧରିଛି ବନ ବିଭାଗ। ଟ୍ରକ୍ ଚାଳକ ଓ ଖଲାସୀ ୨ଜଣ ଙ୍କୁ ଗିରଫ କରାଯାଇଛି । ଗିରଫ ଚାଳକ ମହମ୍ମଦ ସୈଫ୍ (୩୦)ଓ ଖଲାସୀ ବିନୋଦ କୁମାର (୧୮) ଉଭୟ ଉତ୍ତର ପ୍ରଦେଶର ଉଜ୍ୱୟିନି ଜିଲ୍ଲା ଫରିଦାପୁର କସମ୍ବି ଜିଲ୍ଲା ଚକ୍ରଧର ପୁର ର ବୋଲି ଜଣା ପଡ଼ିଛି।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଉଁଶପାଳ ଗାଁରୁ ଖଇର କାଠ ବୋଝେଇ ଗାଡ଼ି ନଂ ଇଉ ପି ୪୪ ଏ ଟି ୫୦୪୬ ଟ୍ରକ ଟି ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ମାଡି ବସିଥିଲା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଏସି ଏଫ ଙ୍କ ସମେତ ମହାବିରୋଡ଼ ଓ କାମାକ୍ଷାନଗର ରେଞ୍ଜର ସମସ୍ତ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ।୧୪ ଚକ ବିଶିଷ୍ଟ ଟ୍ରକଟି ପରଜଙ୍ଗ ଥାନା ଖଇରାମୁଣ୍ଡା ଗ୍ରାମ ୫୩ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ କାବୁ କରି ନେଇଥିଲେ ବନ ବିଭାଗ ଟିମ। ଟ୍ରକରୁ ଜବତ ଖଇର କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
