ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କୁ ବୟ କଟ କଲେ ପାରଳା ସାମ୍ବାଦିକ ବୃନ୍ଦ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କୁ ବାୟକଟ କରିଛନ୍ତି ପାରଳା ସାମ୍ବାଦିକ ବୃନ୍ଦ। ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବାର ପ୍ରାଶାସନିକ ବୈଠକ ଗୁଡିକରେ ସାମ୍ବାଦିକ ମାନଙ୍କୁ ବସିବାକୁ ମନା କରା ଯାଇଛି। ଏପରିକି ଫୋଟ ବାହାର କରି ଚାଲି ଯିବାକୁ କୁହା ଯାଉଛି। ଏଭଳି ସାମ୍ବାଦିକ ମାନଙ୍କ ପ୍ରତି ଅସମ୍ମାନ କୁ ବିରୋଧ କରି ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କୁ ପାରଳା ସାମ୍ବାଦିକ ମାନେ ବିରୋଧ କରି ଫେରି ଯାଇଥିଲେ। ଯେତେ ବେଳେ ଯାଏଁ ଜିଲ୍ଲା ପ୍ରଶାସନ ସାମ୍ବାଦିକଙ୍କୁ ଗୁରୁତ୍ୱ ନ ଦେଇଛି ସେ ପର୍ଯ୍ୟନ୍ତ ବାୟ କାଟ ଜାରି ରହିବ ବୋଲି ସାମ୍ବାଦିକ ମାନେ କହିଛନ୍ତି।
