ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ପଣା ବଣ୍ଟନ।
——————————–
ଭଞ୍ଜନଗର : ୧୭/୦୫ (ପ୍ରଫୁଲ୍ଲ କୁମାର ମହାରଣା ) ଐତିହାସିକ ଠାକୁରାଣୀ ଯାତ୍ରା ୨୨ଦିନରେ ପହଞ୍ଚି ଥିବା ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପଣା, କାନିକା ଅନ୍ନ, ବିଭିନ୍ନ ପ୍ରକାର ଖାଦ୍ୟ, ମିଠା ବଣ୍ଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ପ୍ରେସ କ୍ଲବ ନିକଟରେ ଦହି ପଣା ବଣ୍ଟନ କରାଯାଇଥିଲା। ପ୍ରବଳ ଖରାରେ ଦିନ ୧୧ ଠାରୁ ୨ଘଣ୍ଟ ପର୍ଯ୍ୟନ୍ତ ପ୍ରାୟ ୧୦୦୦ରୁ ଅଧିକ ଲୋକ ପଣା ପିଇ ଥିଲେ। ଅନୁଷ୍ଠାନ ଏହିପରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଶ୍ରୀର୍ବାଦ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ପରିଚାଳନାରେ ଆୟୋଜିତ ପଣା ବଣ୍ଟନରେ ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ସହ ସମ୍ପାଦିକା ରଞ୍ଜୁଲତା ବେହେରା, ମିଡ଼ିଆ ସଂଯୋଜକ ନବ କୁମାର ବିଷୋୟୀ, ଭଞ୍ଜଜ୍ୟୋତିର ସମ୍ପାଦକ ସୁନୀଲ କୁମାର ପାଣି, ଶ୍ରୀ ନିଉଜ ମୁଖ୍ୟ ଏସ୍. ଦୁର୍ଗା ମାଧବ ଆଚାରୀ, ବରିଷ୍ଠ ସାମ୍ବାଦିକ ସମୀର କୁମାର ମହାପାତ୍ର, ଦିଲ୍ଲୀପ କୁମାର ପଗଡ଼, ପାର୍ଥସାଇ ବେବର୍ତ୍ତା ପଣା ବଣ୍ଟନରେ ସହଯୋଗ କରିଥିଲେ। ପ୍ରକାଶଥାଉକି ୨୩ବର୍ଷ ହେଲା ସଂସଦ ସାହିତ୍ୟ କାର୍ଯ୍ୟକ୍ରମ କରିବା ସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର, ଜଳଛତ୍ର, ପଣାବଣ୍ଟନ ସହିତ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟ କରି ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
