*ଅଷ୍ଟମ ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦଯାପିତ, ଖଡ଼ିଆଳ ବିଧାୟକ ଯୋଗ ଦେଇ ନାଟ୍ୟ ପରମ୍ପରା ଖଡ଼ିଆଳ ର ମାନ, ସ୍ୱାଭିମାନ ଏବଂ ପରିଚୟ ଅଟେ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୫.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଲା ପରିସର ମଧ୍ୟରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ଅଷ୍ଟମ ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ନାଟ୍ୟ ପରମ୍ପରା ଖଡ଼ିଆଳର ମାନ, ସ୍ୱାଭିମାନ ଏବଂ ପରିଚୟ ଅଟେ ବୋଲି କହିଥିଲେ। ସଭାରେ ପ୍ରତିଷ୍ଠାତା ସଭାପତି ସତିଶ ପଟ୍ଟନାୟକ, ଉପଦେଷ୍ଟା ଜଗବନ୍ଧୁ ବାରିକ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ମଞ୍ଚ ପରିଚାଲନା କରିଥିଲେ।ପଶ୍ଚିମ ଓଡ଼ିଶାର ବିଶିଷ୍ଟ କଳାକାର ବହିଦାର ଙ୍କୁ ଅନୁଷ୍ଠାନ ୩୫ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ନାଟ୍ୟ ପ୍ରଭା ରେ ସମ୍ମାନିତ କରିଥିଲେ। ପ୍ରତ୍ୟେକ ମନୁଷ୍ୟ ହୃଦୟରେ ଏକ କଳାକାର ରହିଥିବା ବେଳେ ଖଡିଆଳ ଖୋଲା ଅଗଣା ଏକ ରଙ୍ଗମଞ୍ଚ ଅଟେ।ବସବାସ କରୁଥିବା ସମସ୍ତ ନାଗରିକ କଳାକାର ଅଟନ୍ତି। ଏହି ମାଟିରେ ଏକ ଅଜବ ମହକ ଓ ଶକ୍ତି ଅଛି। ପ୍ରତ୍ୟେକ ଦିନ କିଛି ନା କିଛି ସଭା, ସମିତି, ଜାନୀ ଯାତ୍ରା, ଉତ୍ସବ ମହୋତ୍ସବ, ଚର୍ଚ୍ଚା ଆଲୋଚନା, ହୋଇଥାଏ। ମିଳିତ ରୂପେ ଏକାକାର ହୋଇ ସଭିଏ ଗୋଟିଏ ମଞ୍ଚରେ ସାମିଲ ହୋଇଥାନ୍ତି।
