ଏକାମ୍ର ନିର୍ବାଚନ ମଣ୍ଡଳୀ ର ବାରଭୁଜା ମଣ୍ଡଳ ପକ୍ଷରୁ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’ ରେ ସାମିଲ ହେଲି।ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରି ଆମ ମା‘ମାନଙ୍କ ଅଧିକାରରେ କଣ୍ଟା ସାଜିଛନ୍ତି ଉଭୟ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ।
ଆମ ସଭ୍ୟତା, ଆମ ସଂସ୍କାର ତଥା ଆମ ସମାଜ ସର୍ବଦା ନାରୀ ପୂଜନ ଓ ନାରୀ ବନ୍ଦନର ବାର୍ତ୍ତା ଦେଇଆସିଛି । ଯେଉଁଠି ପ୍ରକୃତିକୁ ମା‘ର ସ୍ଥାନ ଦିଆଯାଏ, ଯେଉଁଠି ରାଷ୍ଟ୍ରକୁ ମାତା ବୋଲି ସମ୍ବୋଧନ କରାଯାଏ ସେହି ଦେଶର ରାଜନୈତିକ ଦଳମାନେ ମାତୃବିରୋଧୀ ଆଚରଣ କରିବା ଅତ୍ୟନ୍ତ ନିନ୍ଦନୀୟ । ଆଜି ସେହି ନାରୀବିରୋଧୀ ଦଳ ବିରୁଦ୍ଧରେ ସାରା ଦେଶର ନାରୀଶକ୍ତି ଜାଗ୍ରତ ହୋଇଛନ୍ତି । ସେମାନଙ୍କ ଏହି ମହିଳା ବିରୋଧୀ ଆଚରଣ ପାଇଁ ରାଜ୍ୟ ତଥା ଦେଶର ମା-ଭଉଣୀମାନେ ସେମାନଙ୍କୁ କେବେ ବି କ୍ଷମା ଦେବେ ନାହିଁ ।
:
ରିପୋର୍ଟ ଜୀବନ ଜ୍ୟୋତି ରଣା ଭୁବନେଶ୍ୱର
