ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ଜିଲ୍ଲାଅଧିକାରୀ ଙ୍କ ବେତନଟୀ ଅଞ୍ଚଳ ପରିଦର୍ଶନ।
ବେତନଟୀ ୧୫/୦୫(ନି ପ୍ର) : ମୟୁରଭଞ୍ଜ ଜିଲର ବେତନଟୀ ବ୍ଲକ ୨୪ ତି ଗ୍ରାମ ପଞ୍ଚାୟତ ଥିବା ବେଳେ ବେତନଟୀ ବଜାର ସମେତ ବଜାର କୁ ଲାଗିଥିବା ବସ୍ତି ଓ ବେତନଟୀ ଗ୍ରାମପଞ୍ଚାୟତ ର ଶଗଡ଼ ଭଙ୍ଗା ଗ୍ରାମରେ ପନୀୟ ଜଳ ସଙ୍କଟ ଲାଗିରହିଥିବା ଦୃଷ୍ଟି ଗୋଚର ହୋଇଛି।ଏହି ସ୍ଥାନ ମାନଙ୍କ ରେ ପନୀୟ ଜଳ ସଙ୍କଟ ବର୍ଷ ସାରା ଲାଗିରହିଥିବା ବେଳେ ଗ୍ରୀଷ୍ମ ଦିନରେ ଏହି ସମସ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ଏଭଳିକି ପନୀୟ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ କେତେକ ଅଞ୍ଚଳ କୁ ଷ୍ଟାଣ୍ଡ ପୋଷ୍ଟ ଓ ପାଇପ ବିଛା ଯାଇଥିବା ନ ବେଳେ ଅନ୍ୟ କେତେ ଅଞ୍ଚଳ କୁ ପାଇପ ବିଛଯାଇଥିଲେ ମଧ୍ୟ ପାଣି ପହଞ୍ଚି ପାରୁନଥିବାର ଅଭିଯୋଗ ହୋଇଆସୁଛି। ଏ ସମ୍ପର୍କ ରେ ବେତନଟୀ ମିଡ଼ିଆ ଆସୋସିଏସନ ପକ୍ଷରୁ ଖବର ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କୁ ଆଣିଥିଲେ। ଏ ବାବଦରେ ଗ୍ରାମବାସୀ ମାନେ ମଧ୍ୟ ବେତନଟୀ ବିଡ଼ିଓ ମୁନା ସେଠୀ ଙ୍କ ନିକଟରେ ଲିଖିତ ଅଭଯୋଗ କରିଥିଲେ।
ଗ୍ରୀଷ୍ମ ଦିନ ରେ ପନୀୟ ଜଳ କୁ ନେଇ ଗ୍ରାମବାସୀଙ୍କର ଅଧିକ ଡହଳ ବିକଳ କୁ ଆଖି ଆଗରେ ରଖି ବେତନଟୀ ବ୍ଲକ ର ମିଡ଼ିଆ ଆସୋସିଏସନ ରେ ସଦସ୍ୟ ମାନେ ଗତ ବୁଧବାର ଦିନ ବାରିପଦା ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିଅର ଜ୍ଞାନେନ୍ଦ୍ର କୁମାର ନାୟକ ଙ୍କୁ ସାକ୍ଷାତ କରି ଜଳ ସଙ୍କଟ ଦୂରୀ କରଣ ପାଇଁ ଆଲୋଚନା କରିଥିଲେ। ଏହାକୁ ଭିତ୍ତି କରି ଗୁରୁବାର ଦିନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ ବେତନଟୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦୟନାଥ ହେମ୍ବ୍ରମ,କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେଶ୍ରା, ଅନ୍ୟଜଣେ ଯନ୍ତ୍ରୀ ଯଦୁନାଥ ହାଁସଦା ଙ୍କୁ ସାଙ୍ଗରେ ଧରି ବେତନଟୀରେ ଜଳ ସଙ୍କଟ ଅଞ୍ଚଳ କୁ ପରିଦର୍ଶନ କରିବାକୁ ଆସିଥିଲେ। ଏହି ପରିଦର୍ଶନ ସମୟ ରେ ଅଞ୍ଚଳ ରେ ଜଳ ସଙ୍କଟ ରେ ବାସ୍ତବ ଚିତ୍ର ଦେଖିବା ସହ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ଏହି ପରିଦର୍ଶନ ଟିମ ବେତନଟୀ ହାଟଛକ, ବନ ସାହି, ଆନନ୍ଦ ବଜାର ରାସ୍ତା, କଙ୍କା କାଳିଆ ଛକ, କଳିକା ଛକ ରେ ରାସ୍ତା, ଇନ୍ଦିରା ନଗର ବସ୍ତି ପ୍ରମୁଖ ଅଞ୍ଚଳ ପରିଦର୍ଶନ କରିଲେ। ପାନୀୟଜଳ ପ୍ରକଳ୍ପ ରୁ କିଭଳି ପାଣି ଏହିସବୁ ଅଞ୍ଚଳ କୁ ଆସିବ ଜନସାଧାରଣ କିଭଳି ପାଣି ପାଇପାରିବେ ସେ ସମ୍ପର୍କ ରେ ବୁଲି ଦେଖିବା ସହ ପନ୍ଦର ଦିନ ଭିତରେ ସମାଧାନ କରିବାପାଇଁ ସାଙ୍ଗରେ ଥିବା ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ସେହିଭଳି ବେତନଟୀ ରେ ମିଡ଼ିଆ ଆସୋସିଏସନ ଏବଂ ଯୁବ ସମାଜ ସେବୀ ଅଜିତ ସାହୁ ଙ୍କ ମିଳିତ ଉଦ୍ୟମରେ ଶଗଡ଼ ଭଙ୍ଗା ଗ୍ରାମର ପନୀୟ ଜଳ ସଙ୍କଟ ଦୂରୀକରଣ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଗ୍ରାମର
ଲୋକମାନେ କିଭଳି ପୋକ ସାଲୁବାଲୁ ପଚା ଦୁର୍ଗନ୍ଧ ପାଣି ପିଇବାକୁ ବାଧ୍ୟ ହେଉଥିଲେ ଏବଂ ତାହାର ସମାଧାମ ପାଇଁ ଉଭୟ ପକ୍ଷର ମିଳିତ ଉଦ୍ୟମ ରେ ଗ୍ରାମବାସୀଙ୍କ ଉଦ୍ୟେଶରେ ଖବର ପ୍ରକାଶ ସହ ବେତନଟୀ ବିଡ଼ିଓ ମୁନା ସେଠୀ ଙ୍କ ଦୃଷ୍ଟି ଆକର୍ଷଣ କରାଯଇଥିଲା। ଫଳ ରେ ବେତନଟୀ ବିଡିଓ ଓ ବିଭାଗୀୟ ଅଧିକାରୀଙ୍କ ସହାୟତା ରେ ଶଗଡ଼ ଭଙ୍ଗା ଗ୍ରାମରେ ଥିବା ନଳକୂପ ଗୁଡିକର ମରାମତି ଓ ପରିତ୍ୟକ୍ତ ଯୋଗ୍ୟ କୂଅ ରେ ବ୍ଲିଚିଙ୍ଗ ପାଉଡର ପକାଯାଇ ପାଣି କୁ ବିଶୁଦ୍ଧ କରାଯାଇଥିଲା। ଅଧିକାରୀ ମାନଙ୍କ ପକ୍ଷରୁ ଏହି ଗ୍ରାମ ପାଇଁ ଦୁଇଟି ସୋଲାର ନଳକୂପ ଦିଆଯିବାର ପ୍ରତିଶୃତି ମିଳିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନଥିବାର ଗ୍ରାମବାସୀ ସୂଚନା ପ୍ରାଦନ କେଇଛନ୍ତି। ଏହି ପରିଦର୍ଶନ ଟିମ କୁ ସମାଜ ସେବୀ ଅଜିତ ସାହୁ ଓ ବେତନଟୀ ମିଡ଼ିଆ ଆସୋସିଏସନ ଏହି ଶଗଡ଼ଭଙ୍ଗା ଅଞ୍ଚଳକୁ ପରିଦର୍ଶନ କରାଇଥିଲେ।ଗ୍ରାମ ନିକଟରେ ଥିବା ପାନୀୟଜଳ ପ୍ରକଳ୍ପ ରୁ ଶଗଡ଼ଭଙ୍ଗା ଗ୍ରାମବାସୀ କିଭଳି ପାଇପ ପାଣି ପାଇପାରିବେ ସେ ବିଷୟରେ ସାଙ୍ଗରେ ଥିବା ବ୍ଲକ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ବେତନଟୀ ବ୍ଲକ ଅମ୍ବଗାଡ଼ିଆ ପଂଚାୟତ ର ପୁରୁଣାପାଣି ଗ୍ରାମର ତଳ ସାହି ରେ ଦୀର୍ଘଦିନ ଧରି ପଡିରହିଥିବା ଅଚଳ ନଳକୂପ କୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ ଙ୍କ ନିର୍ଦେଶ ରେ ମରାମତି କରାଯଇଛି। ବେତନଟୀ ଅଞ୍ଚଳ ଜଳ ସଙ୍କଟ ଦୂରୀକରଣ ପାଇଁ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ଖଣ୍ଡ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଯାଇଥିବା ବେତନଟୀ ମିଡ଼ିଆ ଆସୋସିଏସନ ର ସଦସ୍ୟ ରାଜେଶ ଖଣ୍ଡେଲୱାଲ, ଧରଣୀଧର ମହାନ୍ତି, ହରିଶ୍ଚନ୍ଦ୍ର ସାମଲ, ଭବାନୀଶଙ୍କର ପରିଡା, ଉଦିତ କୁମାର ପରିଡା,ଲାଲମୋହନ ନାଏକ, ପ୍ରକାଶ ଲେଙ୍କା ଯାଇଥିବା ବେଳେ ଗୁରୁବାର ଦିନ ସମାଜ ସେବୀ ଅଜିତ ସାହୁ ଉପସ୍ଥିତ ରହି ସ୍ଥାନୀୟ ସମସ୍ୟା ବାବଦରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
